ETV Bharat / state

ଅନୁଗୋଳରେ କାଳବୈଶାଖୀର କରାଳ ରୂପ, ବ୍ୟାପକ କ୍ଷୟକ୍ଷତି - devasted

ଅନୁଗୋଳ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ପବନ ଓ କୁଆ ପଥର ମାଡରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବର୍ଷା ପବନରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 6, 2019, 8:26 AM IST

ଅନୁଗୋଳ: ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ପବନ ଓ କୁଆ ପଥର ମାଡରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବର୍ଷା ପବନରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି । ଜିଲ୍ଲାର ତାଳଚେର,କଣିହାଁ ଛେଣ୍ଡିପଦା,ନାଲକୋ ଆଦି ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ଫଳରେ ବଡ ବଡ ଗଛ ସବୁ ଭାଙ୍ଗି ରାସ୍ତାଘାଟରେ ପଡିରହିଛି । ଅନ୍ୟପଟେ NTPC ମାର୍କେଟ ନିକଟ Axis ବ୍ୟାଙ୍କ ନିକଟରେ ସୋଲାର ଲାଇଟ ଭାଙ୍ଗିଯାଇ ରାସ୍ତା ଉପରେ ପଡିବାରୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଖବର ଅନୁଯାୟୀ, ମଧ୍ୟାହ୍ନ ସମୟରେ ହଠାତ ଧୂଳି ଝଡ ସହ ବର୍ଷା ମାଡି ଆସିଥିଲା । ପ୍ରଭାବରେ ଜିଲ୍ଲାର କିଛି ସ୍ଥାନରେ ଥିବା ଛୋଟ ଛୋଟ ଝୁମ୍ପୁଡି ଘର ସବୁ ଉଡେଇ ନେଇଥିଲା । ତେବେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

CDC

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.