ETV Bharat / state

ବିନା ବାଜାବାଣରେ ଅନୁଗୋଳରୁ ବିଦାୟ ନେଲେ ମା' ଗଜଲକ୍ଷ୍ମୀ

author img

By

Published : Nov 4, 2020, 3:09 PM IST

ଜିଲ୍ଲାରେ ଲକ୍ଷ୍ମୀପୂଜା ବିସର୍ଜନ ଉତ୍ସବ ଚାଲିଛି। ଖୁବ ନିରାଡ଼ମ୍ବର ଭାବେ ମା'ଙ୍କ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଉଛି ମାତ୍ର ହାତ ଗଣତି କେତେଜଣ କର୍ମକର୍ତ୍ତା ଘଣ୍ଟ ବଜାଇ ମା'ଙ୍କ ମୂର୍ତ୍ତି ଆଣି ଭସାଣି କରିଛନ୍ତି । ୍ଅଧିକ ପଢନ୍ତୁ:

କଟକଣା ମଧ୍ୟରେ ବିଦାୟ ନେଲେ ମା' ଗଜଲକ୍ଷ୍ମୀ
କଟକଣା ମଧ୍ୟରେ ବିଦାୟ ନେଲେ ମା' ଗଜଲକ୍ଷ୍ମୀ

ଅନୁଗୋଳ: ଜିଲ୍ଲାରେ ଲକ୍ଷ୍ମୀପୂଜା ବିସର୍ଜନ ଉତ୍ସବ ଚାଲିଛି। ଖୁବ ନିରାଡ଼ମ୍ବର ଭାବେ ମା'ଙ୍କ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଉଛି ମାତ୍ର ହାତ ଗଣତି କେତେଜଣ କର୍ମକର୍ତ୍ତା ଘଣ୍ଟ ବଜାଇ ମା'ଙ୍କ ମୂର୍ତ୍ତି ଆଣି ଭସାଣି କରିଛନ୍ତି । ବିସର୍ଜନ ପାଇଁ ପ୍ରଶାସନ ତରଫରୁ ଏକ ଅସ୍ଥାୟୀ ପୋଖରୀ ମଧ୍ୟ କରାଯାଇଥିଲା।

କଟକଣା ମଧ୍ୟରେ ବିଦାୟ ନେଲେ ମା' ଗଜଲକ୍ଷ୍ମୀ

ଚଳିତ ବର୍ଷ କୋରୋନା କଟକଣା ପାଇଁ ଆବଦ୍ଧ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଥିଲା । 4 ଦିନ ଆବଦ୍ଧ ମଣ୍ଡପ ଭିତରେ ପୂଜା ବିଧି ସମ୍ପନ୍ନ କରାଯିବା ପରେ ଆଜି ଭସାଣି କରାଯାଇଛି।

ଅନୁଗୋଳର ପୂଜା ଯେଭଳି ଆକର୍ଷଣୀୟ ହୋଇଥାଏ ଭସାଣି ଉତ୍ସବ ମଧ୍ୟ ସେହିଭଳି ଚିତାକର୍ଷକ ହୋଇଥାଏ ମାତ୍ର ଏଥର ଭଷାଣୀରେ ବାଜା, ବାଣ କିଛି ନଥିଲା। ମା ଙ୍କୁ ଏଭଳି ବିଦାୟ ଦେଇ ପୂଜା କମିଟିର କର୍ମକର୍ତ୍ତା ଓ ଜିଲାବାସୀଙ୍କ ମନରେ ଦୁଃଖ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.