ETV Bharat / state

ନାଲକୋରେ ସୁରକ୍ଷାକର୍ମୀ-ଶ୍ରମିକ ମୁହାଁମୁହିଁ

author img

By

Published : Sep 17, 2022, 12:48 PM IST

ନୋଲକୋ ପ୍ଲାଣ୍ଟ ପ୍ରବେଶ ପଥ ଖୋଲିବା ନେଇ ସୁରକ୍ଷା କର୍ମୀ (CISF ) ଏବଂ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

tension prevailed between cisf jawan and nalco workers in angul
ନାଲକୋରେ ସୁରକ୍ଷାକର୍ମୀ- ଶ୍ରମିକ ମୁଁହାମୁହିଁ

ଅନୁଗୋଳ: ନାଲକୋର ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସୁରକ୍ଷା ଦାୟିତ୍ୱରେ ଥିବା CISF ଯବାନ । ଯାହାକୁ ନେଇ ଶ୍ରମିକ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନାଲକୋର CPP ପ୍ଲାଣ୍ଟରେ ହଟ୍ଟଗୋଳ ଦେଖିବାକୁ ଦେଖିବାକୁ ମିଳିଛି ।

ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ସକାଳ ୮ ଘଟିକା ସମୟରେ ପ୍ଲାଣ୍ଟ ପ୍ରବେଶ ପଥ ଖୋଲାଯିବା କଥା । ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ଅଧା ଘଣ୍ଟା ଓ ପରେ ଅଧା ଘଣ୍ଟା ପ୍ରବେଶ ଦ୍ୱାର ଖୋଲା ରହିବାକୁ ନାଲକୋ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସୁରକ୍ଷା କର୍ମୀ (CISF ) ନିର୍ଦ୍ଦେଶକୁ ବେଖାତିର କରି ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ଏହା ବିରୋଧରେ ବାରମ୍ବାର ନାଲକୋ ପ୍ରଶାସନକୁ ବିଭିନ୍ନ ସମୟରେ ଅବଗତ କରେଇ ଥିଲେ ମଧ୍ୟ କଥାକୁ ଖାମଖିଆଲି ମନୋଭାବ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବାହା ହେବାକୁ ରାଜି ହେଉନି ପ୍ରେମିକ, ଘର ଆଗରେ ଧାରଣାରେ ପ୍ରେମିକା

ଆଜି କିଛି ଶ୍ରମିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ଫାଟକ ପ୍ରବେଶକୁ ଅନୁମତି ଦେଇନଥିଲେ। ଯାହା ଫଳରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏଥିରେ କିଛି ଶ୍ରମିକ ସଂଗଠନ ସାମିଲ ହୋଇ ପ୍ରତିବାଦ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଅଡି ବସିଥିଲେ । ଘଟଣା ସ୍ଥଳରେ ନାଲକୋର ମାନବ ସମ୍ବଳ ବିଭାଗର ଅଧିକାରୀ ପହଞ୍ଚି ଆସନ୍ତା ୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରି ସମସ୍ତ ଠିକାଦାର ଓ ଶ୍ରମିକ ସଂଗଠନଙ୍କୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ମୌଖିକ ଭାବେ ପ୍ରତିଶୃତି ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.