ETV Bharat / state

ଟିଟିପିଏସକୁ ଘାରିଲାଣି କୋଇଲା ସଙ୍କଟ, ୩ଟି ୟୁନିଟ ବନ୍ଦ - ଏମସିଏଲ ତାଳଚେରସ୍ଥିତ ଜଗନ୍ନାଥ କୋଇଲା ଖଣି

ଏମସିଏଲ ତାଳଚେରସ୍ଥିତ ଜଗନ୍ନାଥ କୋଇଲା ଖଣିରୁ ଠିକରେ କୋଇଲା ଉତ୍ପାଦନ ହୋଇପାରୁ ନଥିବାରୁ ଦେଖାଯାଇଛି କୋଇଲା ସଙ୍କଟ । 3 ୟୁନିଟ ବନ୍ଦ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 17, 2019, 12:07 PM IST

Updated : Sep 17, 2019, 1:03 PM IST

ଅନୁଗୋଳ: ଆବଶ୍ୟକ ପରିମାଣର କୋଇଲା ଅଭାବରୁ ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ)ର ୩ ଗୋଟି ୟୁନିଟ ବନ୍ଦ ହୋଇଛି। ସେହିପରି ଏନଟିପିସି କଣିହାଁର ମଧ୍ୟ 2ଟି ୟୁନିଟ ବନ୍ଦ ଅଛି । ଏମସିଏଲ ତାଳଚେରସ୍ଥିତ ଜଗନ୍ନାଥ କୋଇଲା ଖଣିରୁ ଠିକରେ କୋଇଲା ଉତ୍ପାଦନ ହୋଇପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଟିଟିପିଏସରେ ୪୬୦ ମେଗାୱାଟ ବିଶିଷ୍ଟ ପ୍ରକଳ୍ପରେ ୬ ଗୋଟି ୟୁନିଟ୍‌ ରହିଥିବାବେଳେ ଏହା କାର୍ଯ୍ୟକାରୀ ହେବାକୁ ଦୈନିକ ୯ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ହୋଇଥାଏ। କିନ୍ତୁ ଗତ ସୋମବାର ଠାରୁ ପର୍ଯ୍ୟାୟକ୍ରମେ ୧, ୩ ଓ ୫ ନମ୍ବର ୟୁନିଟକୁ ବନ୍ଦ କରିଦିଆଯାଇଛି।

ଏମସିଏଲ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୬ ହଜାର ମେଟ୍ରିକ ଟନ କୋଇଲା ଟିଟିପିଏସକୁ ଯାଇଥାଏ। ତେବେ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ସ୍ଥାନ ଉପଲବ୍ଧ ନଥିବାରୁ ଖଣିରୁ ଏବେ ଦୈନିକ ମାତ୍ର ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଛି।

ଫଳରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବା ସହ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । କୋଇଲା ସଙ୍କଟ ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି ।Body: ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଉ ଅଧିକ ୟୁନିଟ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। କୋଇଲା ସଙ୍କଟ ଯୋଗୁ ପରିସ୍ଥିତି ସଙ୍ଗିନ ହୋଇ ପଡ଼ିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଏମ୍‌ସିଏଲ୍‌ ତାଳଚେରସ୍ଥିତ ଜଗନ୍ନାଥ କୋଇଲା ଖଣିରୁ ଠିକରେ କୋଇଲା ଉତ୍ପାଦନ କମି ଥିବାରୁ ଏହି ପ୍ଳାଣ୍ଟ କୁ କୋଇଲା ଯୋଗାଣ ବାଧା ହେଉଛି ।
ଟିଟିପିଏସ୍‌ରେ ୪୬୦ ମେଗାୱାଟ ବିଶିଷ୍ଟ ପ୍ରକଳ୍ପରେ ୬ ଗୋଟି ୟୁନିଟ୍‌ ରହିଛି । ଏହା ଚାଲିବା ପାଇଁ ଦୈନିକ ୯ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ କୋଇଲା ନାହିଁ । ଗତ ସୋମବାରଠାରୁ ପର୍ଯ୍ୟାୟ କ୍ରମେ ୧, ୩ ଓ ୫ ନମ୍ବର ୟୁନିଟକୁ ବନ୍ଦ କରିଦି ଆଯାଇଛି । Conclusion:ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲାଖଣିରୁ ଦୈନିକ ୬ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। ତେବେ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନ ଥିବାରୁ ଖଣିରୁ ଏବେ ଦୈନିକ ମାତ୍ର ୩ ହଜାରରୁ ସାଢ଼େ ୩ହଜାର ମେଟ୍ରିକ ଟନ୍‌ କୋଇଲା ଉତ୍ପାଦନ ହେଉଛି।
Last Updated : Sep 17, 2019, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.