ଅନୁଗୋଳ: ମିସ୍ ଓଡ଼ିଶା(Miss Odisha)ରେ ଚମକିଲେ ଅନୁଗୋଳ ତାଳଚେରର ଝିଅ ଅନନ୍ୟା ଦାସ । ମିସ୍ ଓଡ଼ିଶାରେ ରନର୍ସ ଅପ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା ।
ଗତ 16 ରୁ 19 ତାରିଖରେ ଲୋଟସ ଫ୍ୟାସନ ପକ୍ଷରୁ ମିମିଓମିଟର ଓଡିଶା 2021 ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାରା ଓଡିଶାରୁ ପାଞ୍ଚ ଶହ ପ୍ରତିଯୋଗୀ ଭାଗ ନେଇଥିଲେ । ପରେ ସେମି ଫାଇନାଲରେ 24 ଜଣ ଚୟନ ହୋଇ ଥିବାବେଳେ ଫାଇନାଲରେ ତାଳଚେରର ଝିଅ ଅନନ୍ୟା ଦାସ ମିଷ୍ଟର ଆଣ୍ଡ ମିସ୍ ଓଡ଼ିଶାର ଟ୍ୟାଲେଣ୍ଟେଡ ଦିଭା ଆଖ୍ୟା ଅର୍ଜନ କରିଥିଲେ । ତାଳଚେର ନବ ମିଶ୍ର କଲୋନୀର ହେମନ୍ତ କୁମାର ଦାସ ଓ ଅମିତା ଶତପଥୀଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଅନନ୍ୟା ଦାସ ।
ତେବେ ତାଙ୍କର ପିଲାଟି ବେଳୁ ଫ୍ୟାସନ ଡିଜାଇନ ପ୍ରତି ଆଗ୍ରହ ଥିବାବେଳେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଝିଅର କୃତକାର୍ଯ୍ୟକୁ ନେଇ ପରିବାର ଏବଂ ଅଞ୍ଚଳରେ ଖୁସିର ମୋହାଲ ଖେଳିଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ