ETV Bharat / state

ତାଳଚେର ଫର୍ଟିଲାଇଜର ପାଇଁ ଋଣ ମଞ୍ଜୁରୀ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ - ତାଳଚେର ସାର କାରଖାନା

ତାଳଚେର ଠାରେ ଦେଶର ପ୍ରଥମ କୋଇଲା ଗ୍ୟାସରୁ ଅମୋନିଆ ୟୁରିଆ ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। କୋରୋନା କଟକଣା ଏବଂ ଚାଇନା ଭାରତ ବିବାଦ ଯୋଗୁଁ ଧିମେଇ ଯାଇଥିଲା ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ...

talcher fertilizer limited will be function says TFL director
ତାଳଚେର ଫର୍ଟିଲାଇଜର ପାଇଁ ଋଣ ମଞ୍ଜୁରୀ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ
author img

By

Published : Jun 29, 2021, 10:05 PM IST

ଅନୁଗୋଳ: ତାଳଚେରରେ ଦେଶର ପ୍ରଥମ କୋଇଲା ଗ୍ୟାସରୁ ଅମୋନିଆ ୟୁରିଆ ଉତ୍ପାଦନ ପ୍ଲାଣ୍ଟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିବ। କୋରୋନା କଟକଣା ଏବଂ ଚାଇନା ଭାରତ ବିବାଦ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସାମାନ୍ୟ ଧିମେଇ ଯାଇଥିଲା। ଏହାଛଡା ଅର୍ଥିକ ସ୍ଥିତି ମଧ୍ୟ ନିର୍ମାଣ ପାଇଁ ଏକ ସମସ୍ୟା ଭାବେ ଛିଡା ହୋଇଥିଲା। କିନ୍ତୁ ଭାରତ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଯୋଗୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ଗୁଡିକ ପ୍ଲାଣ୍ଟ ନିର୍ମାଣ ପାଇଁ ୯,୫୬୦ କୋଟି ଟଙ୍କା ଋଣ ମଞ୍ଜୁରୀ କରିବା ପରେ ଆଶା ଉଜ୍ଜୀବିତ ହୋଇଛି।

ତାଳଚେର ଫର୍ଟିଲାଇଜର ପାଇଁ ଋଣ ମଞ୍ଜୁରୀ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ

ଧିମେଇ ଯାଇଥିବା ତାଳଚେରେ ଫଟିଲାଇଜର ଲିମିଟେଡର କାମ ଏବେ ପୁଣି ଥରେ ଦ୍ରୁତ ଗତିରେ ଚାଲିବ । ଆଜି ଏନେଇ ସୂଚନା ଦେଇଛନ୍ତି ପ୍ଲାଟର ପରିଚାଳନା ନିର୍ଦେଶକ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ଗତ କାଲି TFL ସହ ବୁଝାମଣା ସ୍ବାକ୍ଷର କରିଛନ୍ତି । ଫଳରେ ତାଳଚେର ଫାଟିଲାଇଜର ଲିମିଟେଡକୁ ପ୍ରାୟ ୯୫୬୦ କୋଟି ଟଙ୍କା ଋଣ ଦେବାକୁ ବ୍ୟାଙ୍କ ସ୍ଥିର କରିଛି। ଆଜି କାରଖାନା ପରିଦର୍ଶନରେ ଆସିଥିବା ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ ଏହି ସୂଚନା ଦେଇଛନ୍ତି। ତେଣୁ ଏବେ ଠାରୁ ପ୍ଳାଣ୍ଟ ନିର୍ମାଣରେ କୌଣସି ପ୍ରକାର ଆର୍ଥିକ ଅସୁବିଧା ଆଉ ରହିବ ନାହିଁ। ଚୀନର ଉହାନ ସଂସ୍ଥାର ଅଧିକାରୀମାନେ ମଧ୍ୟ ଏଠାରେ ପହଞ୍ଚି ସାରିଛନ୍ତି। ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ନିର୍ମାଣ ପାଇଁ ଅନ୍ୟ ଠିକା ସଂସ୍ଥା ଗୁଡିକୁ ଖୁବ ଶୀଘ୍ର ଉହାନ ନିୟୋଜିତ କରିବାକୁ ସଜବାଜ ହେଉଛି। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ପରିଚାଳନା ନିର୍ଦେଶକ କହିଛନ୍ତି।

ଆର୍ଥିକ ମଞ୍ଜୁରୀ ପରେ ଆଜି ପରିଚାଳନା ନିର୍ଦେଶଙ୍କ ପ୍ରଥମ କାରଖାନା ପରିଦର୍ଶନ ଥିଲା। ତାଙ୍କ ସହ ଡ଼ାଇରେକ୍ଟର ଅପରେସନ ସଞ୍ଜୟ ଆରୋରା, ଡ଼ାଇରେକ୍ଟର ଫାଇନାନ୍ସ ଅଭିଜିତ ଗୋସ୍ବାମୀ, ଜିଏମ ପଞ୍ଚାନନ ହଳଧର, ସି ଆଇ ଏସ ଏଫ ଡ଼ିଆଇଜି ରସିଦ ଏବଂ କମାଣ୍ଡାଣ୍ଟ ବି.ସୁନ୍ଦର । ପ୍ରମୁଖ କାରଖାନା ବୁଲି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଦେଖିଥିଲେ। ଏହା ଛଡା ବିଭିନ୍ନ ଅଧିକାରୀ ଏବଂ ନିର୍ମାଣ ଦାୟିତ୍ବରେ ଥିବା ଠିକା ସଂସ୍ଥା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସବୁଠାରୁ ବଡ କଥା ହେଉଛି ଆଜି ଠାରୁ କାରଖାନାର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆଜି ୧୨୪ ଜଣ ସୁରକ୍ଷା କର୍ମୀ ପ୍ରାଥମିକ ପର୍ଯ୍ୟାୟରେ ସୁରକ୍ଷା ଦାୟିତ୍ବରେ ନିଯୁକ୍ତି କରାଯାଇଛି । ବର୍ତମାନ କାରଖାନା ପାଇଁ ଆବଶ୍ୟକ ପାଣି, ବିଦ୍ୟୁତ, ରାସ୍ତା ଏବଂ ଟ୍ରକ ରହିବ ସ୍ଥାନ ସବୁ ନିର୍ମାଣ ଶେଷ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ୨୦୨୩ରେ କାରଖାନା ନିର୍ମାଣ ଶେଷ କରିବାକୁ ଯେଉଁ ଲକ୍ଷ ରଖା ଯାଇଛି ସେହି ଲକ୍ଷ ନେଇ କାମ ଚାଲିଛି ବୋଲି ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ନିର୍ଦେଶକ ମାନେ ସୂଚନା ଦେଇଥିଲେ।

୨୦୦୨ ମସିହାରୁ ବନ୍ଦ ପଡିଥିବା ଏଫସିଆଇ ସାର କାରଖାନାର ପୁନଃଉଦ୍ଧାର ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭ ଦେଇଥିଲେ । ଗତ ଦୁଇ ବର୍ଷ ହେଲା କୋରୋନା ପରିସ୍ଥିତି ଏବଂ ଚୀନ-ଭାରତ ବିବାଦ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.