ETV Bharat / state

ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟି 4ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏନେଇ 4ଟି ସଙ୍ଗଠନ ( ତାଳଚେର ବିଜେଡ଼ି, ତାଳଚେର ନାଗରିକ ସଂଘ, ତାଳଚେର ସୁରକ୍ଷା ମଞ୍ଚ ଓ ଠିକା ଶ୍ରମିକ) ପୃଥକ ପୃଥକ ଭାବେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 31, 2019, 2:38 PM IST

ଅନୁଗୋଳ: ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟି 4ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଗତ 22 ତାରିଖରେ ଏହି ଘଟଣା ଘଟିଥିବା ବେଳେ ସେବେଠୁ ତାଳଚେର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଆଉ ଲୋକେ ଏହାକୁ କେବଳ ଏମସିଏଲର ଅବହେଳା ବୋଲି ଅଭିଯୋଗ କରିଛନ୍ତି । ଏନେଇ 4ଟି ସଙ୍ଗଠନ ( ତାଳଚେର ବିଜେଡ଼ି, ତାଳଚେର ନାଗରିକ ସଂଘ, ତାଳଚେର ସୁରକ୍ଷା ମଞ୍ଚ ଓ ଠିକା ଶ୍ରମିକ) ପୃଥକ ପୃଥକ ଭାବେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେଣୁ ମଙ୍ଗଳବାର ଅପରାହ୍ନରେ ଏହି 4ଟି ସଙ୍ଗଠନର ଶତାଧିକ ଲୋକ ସ୍ଥାନୀୟ ଷ୍ଟାଡ଼ିୟମ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେମାନଙ୍କ ଦାବି ରହିଛି ତାଳଚେର ଅଞ୍ଚଳରେ ଥିବା ସମସ୍ତ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଅଛି କି ନାହିଁ, ତାହାର ଉଚ୍ଚସ୍ତରୀୟ ତଦନ୍ତ କରି ସୁରକ୍ଷା ପ୍ରମାଣ ପତ୍ର ଦିଆଯିବା ପରେ ହିଁ ଖଣି କାର୍ଯ୍ୟ ଚାଲୁ କରାଯାଉ । ମୃତ ଶ୍ରମିକଙ୍କ ପରିବାରର ଜଣକୁ ଏମସିଏଲରେ ସ୍ଥାୟୀ ଚାକିରି ପ୍ରଦାନ, କ୍ଷତିପୂରଣ ବାବଦକୁ ପ୍ରତ୍ୟେକ ପରିବାରକୁ 3କୋଟି ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପୂରଣ, ଆହତ ଶ୍ରମିକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାସହ 20ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହାସହ ସ୍ଥାନୀୟ ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚ, ପ୍ରଶାସନ ଏବଂ ଏମସିଏଲ ଅଧିକାରୀଙ୍କୁ ନେଇ ଏକ ସୁରକ୍ଷା କମିଟି ଗଠନ କରିବା ଏବଂ ସେହି କମିଟି ପ୍ରତ୍ୟେକ ଖଣିକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ସଠିକ ରିପୋର୍ଟ ଦେବା ପରେ ହିଁ ଶ୍ରମିକଙ୍କୁ ଖଣି କାର୍ଯ୍ୟରେ ନିୟୋଜନ କରିବାକୁ ଦାବି କରିଥିଲେ । ଏ ସମ୍ପର୍କିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦେଇଥିଲେ । ସେପଟେ ଶ୍ରମିକ ସୁରକ୍ଷା ଦାବିରେ ବିଜେପି 6 ଦିନ ହେବ ଚଳାଇଛି ଖଣି ବନ୍ଦ ଆନ୍ଦୋଳନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶ୍ରମିକ ଙ୍କ ମାନଙ୍କ ପାଇଁ ବିଭିନ୍ନ ସଂଗଠନ ର ଦାବି -
ସୁରକ୍ଷା ପାଇଁ ଜିଲାପାଳ ଠାରେ ଦେଲେ ଦାବି ପତ୍ର ।Body:-ଗତ 22ତାରିଖ ରାତିରେ ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟି 4 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେଦିନରୁ ତାଳଚେର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ତେବେ ତାଳଚେର ଅଞ୍ଚଳର ଲୋକେ ଏହାକୁ କେବଳ ଏମସିଏଲର ଅବହେଳା ବୋଲି ଅଭିଯୋଗ କରିଛନ୍ତି । ତେଣୁ ଆଜି ଅପରାହ୍ନରେ ତାଳଚେର ବିଜେଡ଼ି, ତାଳଚେର ନାଗରିକ ସଂଘ, ତାଳଚେର ସୁରକ୍ଷା ମଞ୍ଚ ଓ ଠିକାଶ୍ରମିକ ସମୁହ ଏହି 4ଟି ସଙ୍ଗଠନର ଶତାଧିକ ଲୋକ ସ୍ଥାନୀୟ ଷ୍ଟାଡ଼ିୟମ ଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ । ସେଠାରେ ଶ୍ରମିକ ସୁରକ୍ଷା ଦାବି କରି ହୋ ହାଲା କରିଥିଲେ । ଏହାପରେ 4ଟି ଯାକ ସଂଙ୍ଗଠନ ପୃଥକ ପୃଥକ ଭାବେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଦାବି କରିଛନ୍ତିଯେ ତାଳଚେର ଅଞ୍ଚଳରେ ତିବା ସମସ୍ତ କୋଇଲା ଖଣିରେ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଅଛିକି ନାହିଁ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସୁରକ୍ଷା ପ୍ରମାଣ ପତ୍ର ଦିଆଯିବା ପରେ ହିଁ ଖଣି କାର୍ଯ୍ୟ ଚାଲୁ କରାଯାଉ । ମୃତ ଶ୍ରମିକ ମାନଙ୍କ ପରିବାରର ଜଣକୁ ଏମସିଏଲରେ ସ୍ଥାୟୀ ଚାକିରି ପ୍ରଦାନ, କ୍ଷତି ପୁରଣ ବାବଦକୁ ପ୍ରତ୍ୟକ ପରିବାରକୁ 3କୋଟି ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପୁରଣ ପ୍ରଦାନ, ଆହତ ଶ୍ରମିକ ମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାସହ 20ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ପ୍ରଦାନ ଓ ସ୍ଥାନୀୟ ସାଂସଦ, ବିଧାୟକ, ଜିଳାପରିଷଦ, ସରପଞ୍ଚ, ପ୍ରଶାସନ ଏବଂ ଏମସିଏଲ ଅଧିକାରୀଙ୍କୁ ନେଇ ଏକ ସୁରକ୍ଷା କମିଟି ଗଠନ କରିବା ଏବଂ ସେହି କମିଟି ପ୍ରତ୍ୟକ ଖଣିକୁ ଯାଇ ସୁରକ୍ଷା ବ୍ୟବସ୍ତା ଯାଞ୍ଚ କରି ସଠିକ ରିପୋର୍ଟ ଦେବା ପରେ ହିଁ ଶ୍ରମିକଙ୍କୁ ଖଣି କାର୍ଯ୍ୟରେ ନିୟୋଜନ କରିବାକୁ ଦାବି କରିଥିଲେ । ଏ ସମ୍ପର୍କିତ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରି ଓ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଦେଇଥିଲେ ।
ବାଇଟ1-ମୁରଲୀ ଧର ସାହୁ (ସଭାପତି, ତାଳଚେର ସୁରକ୍ଷା ମଞ୍ଚ)
ବାଇଟ2-ସନ୍ତୋଷ କୁମାର ପ୍ରଧାନ (ତାଳଚେର ବିଜେଡ଼ି ଉପସଭାପତି)
ଇଟ3-ରଶ୍ମୀତା ପ୍ରଧାନ (ଡେରା ପଞ୍ଚାୟତ ସରପଞ୍ଚ)Conclusion:ସେପଟେ ଶ୍ରମିକ ସୁରକ୍ଷା ଦାବିରେ ବଜେପି 6 ଦିନ ହେବ ଚଳାଇଛି ଖଣି ବନ୍ଦ ଆନ୍ଦୋଳନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.