ଅନୁଗୋଳ: ଜିଲ୍ଲାରେ ଶନିବାର ଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା। 180ଟି ବିଜ୍ଞାନ ପ୍ରକଳ୍ପକୁ ପ୍ରଦର୍ଶିତ କରୁଛନ୍ତି 30ଟି ଜିଲ୍ଲାର ଛାତ୍ରଛାତ୍ରୀ। ଏଠାରୁ ମନୋନୀତ ହେବ ଜାତୀୟସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରକଳ୍ପ।
46 ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ତିନି ଦିନ ଧରି ଚାଲିବ। ଅନୁଗୋଳ ହାଇସ୍କୁଲ ପରିସରରେ ରାଜ୍ୟର 30ଟି ଜିଲ୍ଲାର 180ଟି ପ୍ରକଳ୍ପ ଏଠାରେ ପ୍ରଦର୍ଶିତ ହେଉଛି।
ରାଜ୍ୟ ସରକାରଙ୍କ ଶିକ୍ଷା ଗବେଷଣା ଓ ପରୀକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଏହି ମେଳା ଆରମ୍ଭ ହୋଇଛି । ମେଳାର ଉଦଘାଟନୀ ଉତ୍ସବରେ ଅନୁଗୋଳ ଜିଲ୍ଲାପାଳ, ପାଲଲହଡା ବିଧାୟକ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପରୀକ୍ଷଣ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଅତିଥି ଭାବେ ଯୋଗ ଦେଇଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭରତ