ETV Bharat / state

ଜମିହରାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତାବ ଦେଲା ନାଲକୋ

ଅନୁଗୋଳ ଜିଲ୍ଲାର ନାଲକୋରେ ଜମିହରାଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ପାଇଁ ନାଲକୋର ନବମ RPDAC ବୈଠକରେ ଆଲୋଚନା । ଅଧିକ ପଢନ୍ତୁ...

ଜମିହରାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତାବ

author img

By

Published : Jan 14, 2021, 8:55 AM IST

ଅନୁଗୋଳ: ଜିଲ୍ଲାର ନାଲକୋରେ ଜମି ହରାଇ ଆଜି ଯାଏ ଚାକିରି ପାଇ ନାହାନ୍ତି ଅନେକ ଜମିହରା । ଆଜି ଯାଏଁ 91 ଜଣ ଏସଏପି ଓ 198 ଜଣ ଏଲଏପି ଚାକିରି ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ତୁରନ୍ତ ଚାକିରି ଦେବାକୁ ବୈଠକରେ ଆଲୋଚନା ।

ଜମିହରାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତାବ

ନାଲକୋରେ ଜମି ହରାଇ ଥିବା ଜମିହାରଙ୍କୁ ଆଜି ଯାଏଁ ନା ମିଳିଛି କ୍ଷତିପୂରଣ ନାଁ ମିଳିଛି ଚାକିରି । ସେମାନଙ୍କୁ କ୍ଷତିପୂରଣ ରାଶି 5 ଲକ୍ଷରୁ ବୃଦ୍ଧି କରି 25 ଲକ୍ଷ କରାଯିବ ବୋଲି ନାଲକୋର ନବମ RPDAC ବୈଠକରେ ଆଲୋଚନା ହୋଇଛି। ଆଜି ଯାଏ 91 ଜଣ ଏସଏପି ଓ 198 ଜଣ ଏଲଏପି ଚାକିରି ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଏହି ବୈଠକରେ ଆଲୋଚନା ହୋଇଛି । ଏହା ଛଡା ନାଲକୋର CSR ବଜେଟରୁ 40 ପ୍ରତିଶତ ଜିଲ୍ଲା ପ୍ରଶାସନକୁ ଦିଆଯିବ ବୋଲି ନାଲକୋ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ନବ ରତ୍ନ କମ୍ପାନୀ ନାଲକୋର ନବମ ଆରପିଡିଏସି ବୈଠକ। ଉତର କେନ୍ଦ୍ରାଞ୍ଚଳ ଆରଡିସି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଆବାହକ ଭାବେ ପରିଚାଳନା କରିଛନ୍ତି । ଏସପି ଜଗମୋହନ ମୀନାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଏବଂ ନାଲକୋର ସିଏମଡ଼ି ଓ ପଦାଧିକାରୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.