ଅନୁଗୋଳ: ଛେଣ୍ତିପଦା ଥାନା ଅନ୍ତର୍ଗତ କିସିଣ୍ତା ଗାଁ ପାଖ ମକାମୁଣ୍ତା ଗାଁରେ ସାପ କାମୁଡାରେ ଜଣେ ୮ବର୍ଷ ବାଳକର ମୃତ୍ୟୁ ହୋଇଛି । ମୃତ ବାଳକର ନାମ ସିପୁନ ପ୍ରଧାନ । ସିପୁନ ମାମୁଁ ଘରେ ରହି ପାଠ ପଢୁଥିଲା ବୋଲି ଜଣାପଡିଛି ।
ବୁଧବାର ବିଳମ୍ବିତ ରାତିରେ ଶୋଇଥିବା ବେଳେ ସିପୁନର ମୁଣ୍ତକୁ ସାପ ଦଂଶି ଦେଇଥିଲା । ଏନେଇ ସିପୁନ ପରିବାର ଲୋକଙ୍କୁ ଜଣାଇବା ପରେ ସିପୁନଙ୍କୁ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲ। ।
ମେଡିକାଲରେ ଡାକ୍ତର ସିପୁନଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ଏ ନେଇ ପୋଲିସ ଏକ ଅପମୃତ ମାମଲା ରୁଜୁ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ