ଅନୁଗୋଳ: ବେକାରୀ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କର ଅଭିନବ ଉପାୟ । କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଓଡିଆ ଯୁବପିଢିଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରିବ କୌଶଳ ରଥ । ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ତେବେ ଏନେଇ ଅନୁଗୋଳ ଜିଲ୍ଲାରେ ଗଡ଼ିଛି କୌଶଳ ରଥ।
ତେବେ ଅନୁଗୋଳ ଜିଲ୍ଲାରେ କୌଶଳ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁସଜ୍ଜିତ କୌଶଳ ରଥ ଗାଡି ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବା ସହ ଦକ୍ଷତା ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଯୁବଗୋଷ୍ଠୀମାନେ ଆଉ ଚାକିରିକୁ ଅପେକ୍ଷା କରି ରହିବେ ନାହିଁ । ନିଜେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବାସହ ନିଜର ଆତ୍ମବିଶ୍ୱାସ ବଢାଇବାରେ ସଫଳ ହେବେ । ଦକ୍ଷତା ଓ ଉଦ୍ୟମିତା ବିଭାଗ ପକ୍ଷରୁ ଏନେଇ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଯୁବଗୋଷ୍ଠିମାନେ ତାଲିମ ନେଇ ନିଜର ଦକ୍ଷତା ବଢାଇବା ସହ ନୂଆ ଭାରତ ନିର୍ମାଣରେ ଜଣେ ଜଣେ ପୁରୋଧା ସାଜିବେ ବୋଲି ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ରଥ ରାଜ୍ୟର ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ ଆଦି ଜିଲ୍ଲାରେ ବୁଲିବା ସହ ସେହି ଅଞ୍ଚଳରେ ଥିବା କୁଶଳୀମାନଙ୍କୁ ସମ୍ମାନ ପ୍ରଦାନ କରିବ । ଏଥିସହିତ ଏହି ଅଞ୍ଚଳରେ ଥିବା ମେକାନିକ୍ ଓ ଗ୍ୟାରେଜ ମାଲିକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବା ।
ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବଗୋଷ୍ଠୀ ମାନଙ୍କୁ ଦକ୍ଷ ଓ ପାରଙ୍ଗମ କରିବା ପାଇଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନର ପ୍ରତିଦ୍ୱନ୍ଦିତାମୂଳକ ସମାଜରେ ଦକ୍ଷତା ହାସଲ କରିବା, ପୁନଃ ଦକ୍ଷ ହେବା ସହିତ ଯୁବପିଢି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏହା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Modi 2.0: ମୋଦି ସରକାରଙ୍କ ଅଷ୍ଟମ ବାର୍ଷିକୀରେ ବିଜେପିର ଗ୍ରାଣ୍ଡ ସେଲିବ୍ରେସନ ଯୋଜନା
ତେବେ ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଏଏସଡିସିର ସିନିୟର ଆଡଭାଇଜର ସତ୍ୟନାରାୟଣ ମହାରଣା, ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଏନଏସଡିସିର ଏକଜକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ସଞ୍ଜିବ ସିଂ, ନାଲକୋ (ଅନୁଗୋଳ) ଇଡି ଅମୀୟ କୁମାର ସ୍ୱାଇଁ, ଏମସିଏଲ ( ଲିଙ୍ଗରାଜ ଏରିଆ) ଜେନେରାଲ ମ୍ୟାନେଜର ସୁବ୍ରତ ବିଶ୍ୱାଳ, ଏନଏସଡିସିର ସିଇଓ ବେଦମଣୀ ତିୱାରୀ ପ୍ରମୁଖ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ