ଅନୁଗୋଳ: ଅପରାଧୀ ପ୍ରତି କୋହଳ ମନୋଭାବ ପୋଲିସ ଏସଆଇଙ୍କ ପ୍ରତି ମହଙ୍ଗା ପଡିଛି । ତଦନ୍ତରେ କୋହଳ ମନୋଭାବ ପାଇଁ ନିଲମ୍ବିତ ହୋଇଛନ୍ତି ଅନୁଗୋଳ ଥାନାର ଏସଆଇ ଅରକ୍ଷିତ ସେଠୀ । ସୂଚନାନୁସାରେ, ଚଳିତ ମାସ ୨୮ ତାରିଖରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅନୁଗୋଳ ପୋଲିସ ଲିଙ୍ଗରାଯୋଡି ଗାଁର ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
କୋର୍ଟରେ ହାଜର ହେବାର ଅଳ୍ପ ସମୟ ମଧ୍ୟରେ ବାପିକୁ ଜାମିନ ମିଳି ଯାଇଥିଲା । ଯାହାକୁ ନେଇ ପୋଲିସର ତଦନ୍ତ ଏବଂ ଚାର୍ଜସିଟ ଦାଖଲକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଏହାକୁ ନେଇ ପୋଲିସକୁ ଦୋଷ ଦେଉଛନ୍ତି ବୁଦ୍ଧିଜୀବୀ । ଏହି ଘଟଣାରେ ଡିଆଇଜି ନରସିଂହ ଭୋଳ ତୁରନ୍ତ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଅରକ୍ଷିତ ସେଠୀଙ୍କୁ ତଦନ୍ତ ରିପୋର୍ଟରେ କୋହଳ ମନୋଭାବ ପୋଷଣ କରିଥିବାର ପାଇଥିଲେ । ଏହା ପରେ ଅନୁଗୋଳ ଏସପି ଜଗମୋହନ ମୀନା ଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ