ETV Bharat / state

ପ୍ରବଳ ଜାଡରେ ଥରୁଛି ଅନୁଗୋଳ, 5 ଡିଗ୍ରୀ ତଳେ ତାପମାତ୍ରା - cold wave

ଅନୁଗୋଳର ତାପମାତ୍ରା ହଠାତ୍ ୫ ରୁ ୬ ଡିଗ୍ରୀ ଖସିଯାଇଛି । ଗତ ପ୍ରାୟ 5 ରୁ 6 ଦିନ ଧରି ତାପମାତ୍ରା ୬ ଡିଗ୍ରୀରୁ ତଳକୁ ରହୁଥିବା ଜଣାପଡିଛି ।

5 ଡିଗ୍ରୀ ତଳେ ଜିଲ୍ଲାର ତାପମାତ୍ରା
5 ଡିଗ୍ରୀ ତଳେ ଜିଲ୍ଲାର ତାପମାତ୍ରା
author img

By

Published : Dec 29, 2020, 12:28 PM IST

ଅନୁଗୋଳ: ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଅନୁଗୋଳରେ ମଧ୍ୟ ତଳମୁହାଁ ରହିଛି ପାରଦ । ଯାହାଫଳରେ ତାପମାତ୍ରା କମିବା ସହ ବଢୁଛି ଶୀତ । ଅନୁଗୋଳର ତାପମାତ୍ରା ହଠାତ୍ ୫ ରୁ ୬ ଡିଗ୍ରୀ ଖସିଯାଇଛି। ଗତ ପ୍ରାୟ 5 ରୁ 6 ଦିନ ଧରି ତାପମାତ୍ରା ୬ ଡିଗ୍ରୀରୁ ତଳକୁ ରହୁଥିବା ଜଣାପଡିଛି ।

ଜାଡରେ ଥରୁଛି ଅନୁଗୋଳ

ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ଯାହାପାଇଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ସକାଳେ ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ କରୁଛନ୍ତି। କିଛି ଲୋକ ନିଆଁ ଜାଳି ବସୁଛନ୍ତି। ଚାହା ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି। ସକାଳୁ ଖରା ନପଡିବା ପର୍ଯ୍ୟନ୍ତ ସକାଳ 10 ଟା ପୂର୍ବରୁ ଘରୁ ବାହାରକୁ ବାହାରି ହେଉନାହିଁ।

ଆଗକୁ ଶୀତ ବଢିବାର ଆଶଙ୍କା ଥିବାରୁ ଲୋକେ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ଅଧିକ ହଇରାଣ ହେବା ସହ ଗରିବ ଶ୍ରେଣୀର ଲୋକମାନେ ପ୍ରବଳ ଶୀତ ଯୋଗୁଁ ନାହିଁ ନଥିବା ହିନସ୍ଥା ଭୋଗୁଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.