ETV Bharat / state

ଯାତାୟତ ପାଇଁ ବାଧକ ସାଜିବ ଜଳ ସେଚନ ପ୍ରକଳ୍ପ, ବିରୋଧ କଲେ 4 ପଞ୍ଚାୟତ ଲୋକେ

author img

By

Published : Oct 26, 2022, 11:55 AM IST

ଡିମିରିପାଳ ଠାରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପ ଯୋଗୁଁ ୪ଟି ପଞ୍ଚାୟତର ଲୋକଙ୍କ ଗମନାଗମନରେ ବାଧା ଉପୁଜିବ । ଯାହାର ପ୍ରତିବାଦ କରିଛନ୍ତି 4 ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ଯାତାୟତ ପାଇଁ ବାଧକ ସାଜିବ ଜଳ ସେଚନ ପ୍ରକଳ୍ପ
ଯାତାୟତ ପାଇଁ ବାଧକ ସାଜିବ ଜଳ ସେଚନ ପ୍ରକଳ୍ପ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଡିମିରିପାଳ ଠାରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପକୁ ନେଇ ଅସନ୍ତୋଷ । ଯଦି ଜଳ ସେଚନ ପ୍ରକଳ୍ପ ହୁଏ ତେବେ ନାନା ଅସୁବିଧାର ସମ୍ମୁଖୀନ ହେବେ ଲୋକେ । ବିଶେଷ କରି ଅନୁଗୋଳ ଓ ବନ୍ତଳା ଯିବା ଆସିବା ପାଇଁ ଦୁଇ ଗୁଣରୁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିବ । ଏହି ପ୍ରକଳ୍ପକୁ ପ୍ରତିବାଦ କରି ଗତକାଲି(ମଙ୍ଗଳବାର) ଅନୁଗୋଳରେ ୪ଟି ପଞ୍ଚାୟତବାସୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପ ନିକଟରେ ରାସ୍ତା ତିଆରି ପାଇଁ ଦାବି କରିଥିଲେ ପଞ୍ଚାୟବାସୀ । ଏହି ଦାବି ଯଦି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ପଞ୍ଚାୟତବାସୀ ।

ଯାତାୟତ ପାଇଁ ବାଧକ ସାଜିବ ଜଳ ସେଚନ ପ୍ରକଳ୍ପ

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଜଗନ୍ନାଥପୁର, ବଳଙ୍ଗ, ପୁରୁଣାକୋଟ ଏବଂ ଟିକରପଡା ପଞ୍ଚାୟତର ଲୋକେ ସେମାନଙ୍କ ବିଭିନ୍ନ କାମ ପାଇଁ ବନ୍ତଳା ଓ ଅନୁଗୋଳ ଉପରେ ନିର୍ଭର କରନ୍ତି । ସେମାନଙ୍କୁ ଅନୁଗୋଳ ମାତ୍ର ୧୮କିମି ଦୂର ପଡେ । କିନ୍ତୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଡିମିରିପାଳ ଠାରେ ଯଦି ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପ ହୁଏ ତେବେ ୪୦କିମିରୁ ଅଧିକ ରାସ୍ତା ଯିବାକୁ ହେବ । ଏଭଳି ହେଲେ ସେମାନଙ୍କ ପାଇଁ ସମୟ ଓ ଅର୍ଥ ଅଧିକ ଖର୍ଚ୍ଚ ହେବ । ନୂତନ ରାସ୍ତାରେ ସବୁ ଦିନ ବଣୁଆ ହାତୀ ଏବଂ ହିଂସ୍ର ଜନ୍ତୁ ଭୟ ମଧ୍ୟ ରହିଛି । ଏହାଛଡା ଗୁରୁତର ରୋଗୀ ଏବଂ ଅନ୍ୟ ଗୁରୁତର କାମ ପାଇଁ ସେମାନେ ଅସୁବିଧା ଭୋଗିବେ। ତେଣୁ ସେମାନଙ୍କୁ ପ୍ରକଳ୍ପ ପାର୍ଶ୍ଵରେ ରାସ୍ତା ନିର୍ମାଣ କରି ଯାତାୟତ ସୁବିଧା ଦେବାକୁ ଦାବି କରିଛନ୍ତି । ନଚେତ୍‌ ଆଗାମୀ ଦିନରେ ଏହି ୪ ପଞ୍ଚାୟତର ଅଧିବାସୀ ଏକତ୍ରିତ ହୋଇ ବଡ଼ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ମାତିଲେ ସାଇବର ଠକ, ୨୫ ଦିନରେ ଲୁଟିଲେ ୫୦ ଲକ୍ଷ

ଏନେଇ ଜଣେ ସାତକୋଶିଆବାସୀ କହିଛନ୍ତି ଯେ, ''ଯଦି ଏହି ପ୍ରକଳ୍ପ ହୁଏ ତେବେ ଚାରୋଟି ପଞ୍ଚାୟତର ଲୋକେ ପ୍ରଭାବିତ ହେବେ । ଜିଲ୍ଲା ସଦର ମହକୁମା ଓ ବନ୍ତଳାବାସୀଙ୍କୁ ଅନୁଗୋଳ ଯିବା ପାଇଁ ଦୁଇ ଗୁଣା ରାସ୍ତାପଡିବ । ତେଣୁ ମଙ୍ଗଳବାର ଚାରୋଟି ପଞ୍ଚାୟତବାସୀଙ୍କୁ ନେଇ ଏକ ବୈଠକ ହୋଇଥିଲା । ଆସନ୍ତା ୩୧ ତାରିଖ ଦିନ ଏନେଇ ସରକାରୀଙ୍କୁ ଏକ ଦାବି ପତ୍ର ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ସାତକୋଶିଆ ବାସିନ୍ଦା । ''

ଅନୁଗୋଳ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.