ETV Bharat / state

ଫେରିଗଲା ସୁନ୍ଦରୀ, ବିଜୟ ଦିବସ ପାଳିଲେ ସାତକୋଶିଆବାସୀ - ବିଜୟ ଦିବସ ପାଳିଲେ ସାତକୋଶିଆବାସୀ

ବାଘୁଣୀ ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ପାଳିତ ହେଲା ବିଜୟ ଦିବସ । ଅଧିକ ପଢନ୍ତୁ...

ସୁନ୍ଦରୀ ଫେରିଯିବା ପରେ ସାତକୋଶିଆରେ ପାଳନ ହେଲା ବିଜୟ ଦିବସ

author img

By

Published : Mar 26, 2021, 8:51 PM IST

ଅନୁଗୋଳ: ବାଘୁଣୀ ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ପାଳିତ ହେଲା ବିଜୟ ଦିବସ । ଆଠମଲ୍ଲିକ ଠାରୁ ନରସିଂହପୁର ପର୍ଯ୍ୟନ୍ତ ଶତାଧିକ ଗାଁର ଲୋକେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଘଣ୍ଟ, ତାଳ ବଜାଇ ଉତ୍ସବ ମନାଇଥିଲେ । ଗାଁ ଗାଁରେ ସତେ ଯେମିତି ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।

ସୁନ୍ଦରୀ ଫେରିଯିବା ପରେ ସାତକୋଶିଆରେ ପାଳନ ହେଲା ବିଜୟ ଦିବସ

ଦୀର୍ଘ ଅଢେଇ ବର୍ଷ ପରେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ଫେରିଗଲା ମଧ୍ୟପ୍ରଦେଶ । ଏମିତି ଏକ ନରହନ୍ତା ବାଘୁଣୀକୁ ଏଠାରୁ ତୁରନ୍ତ ଫେରାଇ ନେବାକୁ ଅଞ୍ଚଳବାସୀ ବହୁବାର ଦାବି କରିଆସୁଥିଲେ । ଏପରିକି ବିକ୍ଷୋଭ ଓ ଆନ୍ଦୋଳନ କରି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଫଳରେ ଏହାକୁ ନେଇ ଉତ୍ସବ ମନଇଛନ୍ତି ସାତକୋଶିଆ ଅଞ୍ଚଳବାସୀ । ସାତକୋଶିଆରେ ଏବଂ ଏହାକୁ ଲାଗିଥିବା ଶହେରୁ ଅଧିକ ଗାଁରେ ଲୋକେ ଏହି ଉତ୍ସବ ପାଳନ କରିଛନ୍ତି । ଗାଁ ଗାଁରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ ।

ମହିଳାମାନେ ଗାଁ ଦାଣ୍ଡରେ ଦୀପ ଜାଳି ହୁଳହୁଳି ପକାଇ ଥିବାବେଳେ ପୁରୁଷମାନେ ଦଳ ଦଳ ହୋଇ ନାମ ସଂକୀର୍ତ୍ତନ, ଭଜନ ଆଦି କରିଥିବା ଦେଖିବାକୁ ମିଳଛି । ବିଭିନ୍ନ ପ୍ରକାର ବାଣରେ ପୁରି ଉଠିଥିଲା ଗାଁ ଦାଣ୍ଡ । ଅନେକ ଗାଁର ଲୋକେ ଦାଣ୍ଡରେ ଠାକୁର ସ୍ଥାପନ କରି ପୂଜାପାଠ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ସାତକୋଶିଆ ଅଞ୍ଚଳବାସୀ ଏକାଠି ହୋଇ ଯେଉଁଭଳି ଭାବେ ସୁନ୍ଦରୀ ଫେରିବା ପରେ ବିଜୟ ଉତ୍ସବ ପାଳିଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରକୃତରେ ଏ ଅଞ୍ଚଳର ଲୋକେ ସୁନ୍ଦରୀ ଭୟରେ କିଭଳି ଜୀବନ ଯାପନ କରୁଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.