ETV Bharat / state

ଅନୁଗୋଳରେ ସାରଥୀ ବାବା ଅନୁଗାମୀଙ୍କ ଜନହିତକର କାର୍ଯ୍ୟ ଜାରି - social works on new year

ନୂତନ ବର୍ଷ ପାଇଁ ସାରଥୀ ବାବାଙ୍କ ଅନୁଗାମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନହିତକର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Sarathi baba followers continued social works on new year
ଅନୁଗୋଳରେ ସାରଥୀ ବାବା ଅନୁଗାମୀଙ୍କ ଜନହିତକର କାର୍ଯ୍ୟ ଜାରି
author img

By

Published : Jan 2, 2021, 3:23 PM IST

ଅନୁଗୋଳ: ଏବେ ମଧ୍ୟ ଜିଲ୍ଲାରେ ସାରଥୀ ବାବାଙ୍କ ଅନୁଗାମୀମାନେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ନୂଆ ବର୍ଷ ଆରମ୍ଭରୁ ଜିଲ୍ଲାର ସାରଥୀ ପରିବାର ନୂତନ ବର୍ଷ ଅବସରରେ ବିଭିନ୍ନ ଗରିବ ବସ୍ତିରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ।

ଅନୁଗୋଳରେ ସାରଥୀ ବାବା ଅନୁଗାମୀଙ୍କ ଜନହିତକର କାର୍ଯ୍ୟ ଜାରି

ଜିଲ୍ଲାର ସାରଥୀ ପରିବାର ତରଫରୁ ନୂତନ ବର୍ଷ ଅବସରରେ ବିଭିନ୍ନ ଗରିବ ବସ୍ତିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଶନିବାର ପୁରୁଣାଗଡ଼ସ୍ଥିତ ଏକ ଗରିବ ବସ୍ତିରେ ପରିବାରର ଶତାଧିକ ସଦସ୍ୟ ଯାଇ ଅଳିଆ ଆବର୍ଜନା ସଫା କରିଥିଲେ । ନିଜ ଚତୁଃପାର୍ଶ୍ୱକୁ କିଭଳି ପରିଷ୍କାର ପରିଚ୍ଛନ୍ନ ରଖି ନିଜେ ସୁସ୍ଥ ରହିବେ ସେ ନେଇ ବସ୍ତିର ଲୋକଙ୍କୁ ସଚେତନ କରାଇଥିଲେ । ଏହାଛଡା ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ବସ୍ତିର ଶିଶୁଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ ।

ତେବେ ସାରଥୀ ବାବା ନିଜ ଆଶ୍ରମରେ ବିଭିନ୍ନ ଅନୈତିକ କାର୍ଯ୍ୟ କରୁଥିବାରୁ ଗିରଫ ହୋଇଥିଲେ । ସେ ଗିରଫ ହେବା ପରେ ମଧ୍ୟ ସାରଥୀଙ୍କ ବାଣୀକୁ ଅନୁକରଣ କରି ତାଙ୍କର ଅନୁଗାମୀମାନେ ଜନହିତକର କାର୍ଯ୍ୟ ଜାରି ରଖିଛନ୍ତି ଏବଂ ବର୍ଷ ସାରା ପରିବାର ଏଭଳି ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ସଦସ୍ୟମାନେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.