ଅନୁଗୋଳ: ଜିଲ୍ଲା ଗଠନକୁ ପୂରିବାକୁ ଯାଉଛି ୩୦ ବର୍ଷ । ଏହି ଅବସରରେ ଆଜି(ରବିବାର) RUN FOR ANGUL ନାମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।
ଅନୁଗୋଳ ଜିଲ୍ଲା ଗଠନ ପୁରିବାକୁ ଯାଉଛି 30 ବର୍ଷ । ତେଣୁ ପାଳନ ହେଉଛି ଅଗ୍ରସର ଅନୁଗୋଳ । ଏହି ଅବସରସ ଆଜି ଏକ RUN FOR ANGUL ନାମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଐତିହ୍ୟ ସଂସ୍କୃତିକୁ ଆହୁରି ଲୋକଲୋଚନକୁ ଆଣିବା ଓ 30 ବର୍ଷ ତଳର ଅନୁଗୋଳ ଓ ଆଜିର ଅନୁଗୋଳ ମଧ୍ୟରେ ହୋଇଥିବା ବିକାଶଧାରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ: Lakhimpur Kheri Violence: ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କୁ ଆକ୍ରମଣ
ଏହି ମାରାଥନକୁ ଉପ ବାଚସ୍ପତି ରଜନୀକାନ୍ତ ସିଂ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏସ୍ପି ଜଗମୋହନ ମିନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମାରାଥନ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହାପରେ ମାରାଥନ ପୁଣି ଶୈଳ ଶ୍ରୀକ୍ଷେତ୍ରକୁ ଫେରିଥିଲା । ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଏହି ମାରାଥନ ପାଇଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଏହାସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ପରିବେଷିତ ହୋଇଥିଲା ।
ଇଟିଭି ଭାରତ, ଅନୁଗୋଳ