ଅନୁଗୋଳ: ସମବାୟ ସମିତିରେ ଡକାୟତି । ବ୍ୟାଙ୍କର 10କିମି ଦୂରରୁ ମିଳିଲା ଆଇରନ ଚେଷ୍ଟ । ସମିତିର ଆଇରନ ଚେଷ୍ଟକୁ ନେଇ ଦୁର୍ବୃତ୍ତ ପ୍ରାୟ 10 କିଲୋମିଟର ଦୂରରେ ପକାଇଥିବାର ଦେଖିବାକୁ ମିଳିଛି । ଘଟଣା ଘଟିଛି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସମବାୟ ସମିତିରେ ।
ସକାଳୁ ଆଇରନ ଚେଷ୍ଟକୁ ନେଇ କେହି ପୁରୁଣା ଗଡ ମାଟିଆ ସାହି ଜଙ୍ଗଲରେ ପକାଇ ଦେଇଥିବାର ଦେଖିବାକୁ ମିଳିଥିଲା । ଏହା ଜାଣିବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲେ । ଦୁର୍ବୃତ୍ତମାନେ ସମବାୟ ସମିତିର ତାଲା ଭାଙ୍ଗି ଚୋରି କରିଥିବା ଦେଖିବାକୁ ମିଳିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାରେ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ