ETV Bharat / state

ଛୋଟକେଇ ଗାଁ ପାଇଁ ରାସ୍ତା ପ୍ରତିବନ୍ଧକ, ଦାଉ ସାଜୁଛି ଜଙ୍ଗଲ କଟକଣା

author img

By

Published : Jun 18, 2022, 3:01 PM IST

ପ୍ରହସନ ପାଲଟିଛି ପୁଳାପୁଳା ଯୋଜନା । ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଛୋଟକେଇ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଗାଁକୁ ନାହିଁ ପକ୍କା ରାସ୍ତା, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଅନୁଗୋଳ: ପ୍ରହସନ ପାଲଟିଛି ପୁଳାପୁଳା ଯୋଜନା । ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଛୋଟକେଇ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ପକ୍କା ରାସ୍ତା । ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଥିବା ଛୋଟକେଇ ଗାଁ ଲୋକେ ଅଭୟାରଣ୍ୟ କଟକଣା ଭିତରେ ଛନ୍ଦି ହୋଇପଡିଛନ୍ତି ।

ଅନୁଗୋଳରୁ ଟିକରପଡା ରାସ୍ତାରେ ପୁରୁଣାକୋଟ ପର୍ଯ୍ୟନ୍ତ ଯିବା ପରେ ସେଠାରୁ ଯେଉଁ ୫କିମି ଜଙ୍ଗଲିଆ ରାସ୍ତା ଦେଇ ଗାଁକୁ ଯିବାକୁ ହୁଏ ତାର କୌଣସି ଉନ୍ନତି ହୋଇ ପାରୁନି । ଏହି ରାସ୍ତାର ଅଧିକାଂଶ ଭାଗ ବନ ବିଭାଗର ଅଧୀନରେ ଥିବାରୁ ସେଥିରେ କେବଳ ମାଟି ପକାଇ ଦିଆଯାଉଛି । ରାସ୍ତାରେ ଦୁଇଟି ସ୍ଥାନରେ ନାଳ ଥିବାରୁ ବର୍ଷା ଦିନେ ପାଣି ନକମିବା ଯାଏଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକେ ।

ଏନେଇ ଗାଁ ଲୋକେ ବାରମ୍ବାର ବନ ବିଭାଗ ଠାରୁ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏ କୌଣସି ସୁଫଳ ମିଳିନାହିଁ । ଛୋଟକେଇ ଗାଁର ପ୍ରାକୃତିକ ସୌନ୍ଦଯ୍ୟ ଯୋଗୁଁ ସେଠାରେ ଏକ ପ୍ରକୃତି ନିବାସ ଅଛି। ସେଠାକୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ରାସ୍ତା ନଥିବାରୁ ଥରେ ଆସିଲେ ଦ୍ଵିତୀୟ ଥର ଆସିବାକୁ ଅମଙ୍ଗ ହେଉଛନ୍ତି ପର୍ଯ୍ୟଟକ । ଅଧିକାଂଶ ସମୟରେ ବର୍ଷା ଦିନେ ଆସୁଥିବା ପର୍ଯ୍ୟଟକ ନାଳ ବଢିଲେ ସେପଟକୁ ଯାଇ ନପାରି ଫେରୁଛନ୍ତି। l

ତେବେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ପୂର୍ବକ ପୋଲ ନିର୍ମାଣ କରି ଗମନାଗମନ ବନ୍ଦୋବସ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.