ETV Bharat / state

ବନ ବିଭାଗ ବୋଲେରୋ ଧକ୍କାରେ ଯୁବକ ମୃତ୍ୟୁ

ସାତକୋଶିଆ ବନ ବିଭାଗ ବୋଲେରୋ ଧକ୍କାରେ ଯୁବକଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

author img

By

Published : May 8, 2022, 11:57 AM IST

ବନ ବିଭାଗ ବୋଲେରୋ ଧକ୍କାରେ ଯୁବକ ମୃତ୍ୟୁ,  କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ଗ୍ରାମ ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ହୋଇଥିଲା । ପମ୍ପାସର ରେଞ୍ଜରେ ନିଯୁକ୍ତ ବୋଲେରୋ ଗାଡି ଧକ୍କାରେ ଜଗନ୍ନାଥପୁର ଗ୍ରାମର ଦୁଷ୍ମନ୍ତ ସାହୁ ଗୁରୁତର ହୋଇ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ଶୁକ୍ରବାର ରାତ୍ରିରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ଶନିବାର ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା ।

ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜଗନ୍ନାଥପୁର ଛକରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ବରିଷ୍ଠ ଅଧିକାରୀଙ୍କ ସହ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନଙ୍କ ନିକଟରେ ଗ୍ରାମବାସୀ ଦାବି କରିଥିଲେ ଯେ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା, ଦୁଇ ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ମାଗଣା ପାଠ ପଢ଼ାଇବା ସହିତ ମୃତକଙ୍କ ସ୍ତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ ।

ବହୁ ଆଲୋଚନା ପରେ ସନ୍ଧ୍ୟାରେ ନିଷ୍ପତ୍ତି ହୋଇଥିଲା ଯେ ବୋଲେରୋ ଗାଡ଼ି ବୀମାରେ ପୋଲିସ ଓ ବନ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ମୃତକଙ୍କ ସ୍ତ୍ରୀଙ୍କୁ ଜଗନ୍ନାଥପୁର ବିଟରେ ୱାଚର ନିଯୁକ୍ତି, ପୂର୍ବରୁ ବନ ବିଭାଗ ଚିକିତ୍ସା ନିମନ୍ତେ ୨୦ ହଜାର ସହାୟତା ଦେଇଥିବା ବେଳେ ଆଉ ଅଧିକ ୨ଲକ୍ଷ ୩୦ ହଜାର କ୍ଷତିପୂରଣ ସହାୟତା ଦେବା ପାଇଁ ଏସିଏଫ ଶୁଭେନ୍ଦୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.