ETV Bharat / state

ସ୍କୁଟି ଉପରେ ଚଢିଗଲା ବସ, 2 ମୃତ

ଅନୁଗୋଳ ଜିଲା ପାଲଲହଡା ଥାନା 149ନଂ ଜାତୀୟ ରାଜପଥ ପୁରୁଣା ପାଣି ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 2 ସ୍କୁଟି ଆରୋହୀ ମୃତ ।

author img

By

Published : Dec 29, 2019, 2:50 PM IST

road accident in anugul
ସ୍କୁଟି ଉପରେ ଚଢିଗଲା ବସ, ଦୁଇ ମୃତ

ଅନୁଗୋଳ: ସ୍କୁଟି ଉପରେ ଚଢିଗଲା ବସ। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପାଲଲହଡା ଥାନା 149ନଂ ଜାତୀୟ ରାଜପଥ ପୁରୁଣା ପାଣି ନିକଟରେ । ମୃତକଙ୍କ ପରିଚୟ ଜଣାପଡି ନାହିଁ। ବିଜୟା ନାମକ ଏକ ଘରୋଇ ବସ ଅନୁଗୋଳରୁ ପାଲଲହଡ଼ା ଦେଇ କେଉଁଝର ଯାଉଥିବା ସମୟରେ ଏହି ଘଟଣା ଘଟିଛି ।

ସ୍କୁଟି ଉପରେ ଚଢିଗଲା ବସ, ଦୁଇ ମୃତ

ବସଟି ପୁରୁଣା ପାଣି ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ବସକୁ ଜବତ କରିଛି। ସେପଟେ ବସ ଚାଳକ ଫେରାର ଥିବା ସୂଚନା ରହିଛି । ମୃତକମାନେ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି ।

ଅନୁଗୋଳକୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସ୍କୁଟି ଉପରେ ଚଡ଼ିଗଲା ବସ।ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ । ଘଟଣା ଘଟିଛି ଅନୁଗୋଳ ଜିଲା ପାଲଲହାଡ ରେ ।Body:ଜିଲ୍ଲାର ପାଲଲହଡ଼ା ଥାନା ର 149ନଂ ଜାତୀୟ ରାଜପଥ ପୁରୁଣା ପାଣି ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ଧକାରେ ଦୁଇ ଜଣ ସ୍କୁଟି ଆରୋହି ମୃତ। ମୃତକଙ୍କ ପରିଚୟ ଜଣା ପଡି ନାହିଁ। ବିଜୟା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଅନୁଗୋଳ ରୁ ପାଲଲହଡ଼ା ଦେଇ କେଉଁଝର ଯାଉଥିଲା। ପୁରୁଣା ପାଣି ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହି ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେବା ସହ ବସକୁ ଜବତ କରିଛି। Conclusion:ତେବେ ବସ ଚାଳକ ଫେରାର ହୋଇ ଯାଇଛି। ମୃତକ ମାନଙ୍କ ପରିଚୟ ଖୋଜୁଛି ପୋଲିସ। ସେମାନେ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.