ETV Bharat / state

ଅନୁଗୋଳ 85ନଂ ବୁଥରେ ପୁନଃ ନିର୍ବାଚନ, ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ - boothno85

ଅନୁଗୋଳ ଜିଲ୍ଲା 85ନଂ ବୁଥରେ ଆଜି ପୁନଃ ଭୋଟ ଗ୍ରହଣ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : May 19, 2019, 10:38 AM IST

ଅନୁଗୋଳ: ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ଜନ୍ଦାବାହାଳ ଗାଁ ବୁଥ ନଂ 85ରେ ଆଜି ପୁନଃ ଭୋଟ ଗ୍ରହଣ ହେଉଛି । ପୂର୍ବରୁ ଇଭିଏମରେ ତ୍ରୁଟି ଯୋଗୁଁ ଏହି ବୁଥରେ ଭୋଟ ଗ୍ରହଣ ଅଧାରୁ ବନ୍ଦ ହୋଇଥିଲା । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏଠାରେ ପୁଣି ଥରେ ଭୋଟ ଗ୍ରହଣ କରାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଜନ୍ଦାବାହାଳ ପ୍ରାଥମିକ ବିଦ୍ୟାଳୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟ ଦେବାକୁ ଲୋକେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଓ ଗରମ ସତ୍ତ୍ବେ ଭୋଟ ଦେବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଭୋଟଦାନ କେନ୍ଦ୍ରକୁ ଜଗି ରହିଛନ୍ତି । ତେବେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଥିବା ଦେଖାଯାଇଛି ।

ବୁଥ ନଂ 85ରେ ମୋଟ 762 ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ 350 ଜଣ ମହିଳା ଭୋଟର ହୋଇଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା 411 ରହିଛି ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.