ETV Bharat / state

ଶୈଳ ଶ୍ରୀକ୍ଷେତ୍ରରେ ଗଡିବ ତିନିଥର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Jun 18, 2023, 4:32 PM IST

ଦିନକ ପରେ ଘୋଷଯାତ୍ରା । ଶୈଳ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ratha yatra preparation
ଶୈଳ ଶ୍ରୀକ୍ଷେତ୍ରରେ ଗଡିବ ତିନିଥର

ଶୈଳ ଶ୍ରୀକ୍ଷେତ୍ରରେ ଗଡିବ ତିନିଥର

ଅନୁଗୋଳ: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅଣସର ପିଣ୍ଡିରୁ ଓହ୍ଲାଇ ଚତୁର୍ଦ୍ଧାମୁର୍ତ୍ତୀ ରଥରେ ବିରାଜି ଯିବେ ଗୁଣ୍ଡିଚା ଘର । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ରଠୁ ନେଇ ଶୈଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧରି ଯିବେ ମାଉସୀ ଘର । ଆଉ ଏଥିପାଇଁ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।

ଏହା ବି ପଢନ୍ତୁ..ରାଜନଅରକୁ ହେଲା ଖଡ଼ି ପ୍ରସାଦ ବିଜେ ନୀତି, ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ବିରୋଧ

ରଥଯାତ୍ରା ନେଇ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କିଭଳି ସମାପନ କରାଯିବ ସେନେଇ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ତିଥି ଅନୁସାରେ ଆସନ୍ତା ୨୦ ତାରିଖ ହେଉଛି ରଥଯାତ୍ରା । ଏହାର ଦିନକ ପୂର୍ବରୁ ଆସନ୍ତାକାଲି(ସୋମବାର) ଅର୍ଥାତ ୧୯ ତାରିଖ ଶ୍ରୀବିଗ୍ରହ ନବ ଯୌବନ ବେଶରେ ଦର୍ଶନ ଦେବେ । ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ତା ପର ଦିନ ଅର୍ଥାତ ୨୦ କାଳିଆ ସଆନ୍ତେଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...Rath Yatra: ଦର୍ପଦଳନ ରଥ ବ୍ରେକ ଚକର ଅଖରେ ଫାଟ

ସକାଳ ପୂଜା ନୀତି ପରେ ଧାଡ଼ି ପହଣ୍ଡିରେ ବିଗ୍ରହମାନଙ୍କୁ ପହଣ୍ଡି କରି ରଥାରୂଢ଼ କରାଯିବ । ପରେ ଅପରାହ୍ନରେ ଛେରାପହଁରା ନୀତି ପରେ 2ଟା 30ରେ ରଥଟଣା ଯିବ ବୋଲି ମନ୍ଦିର କମିଟି ସୂଚନା ଦେଇଛି । ଏଥର ରଥଯାତ୍ରାଠାରୁ ଆରମ୍ଭ କରି ତିନିଠାକୁର ରତ୍ନ ସିଂହାସନକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ୧୧୫ ଜଣ ସେବାୟତ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରସାସନ, ପୋଲିସ ଓ ବିଭିନ୍ନ ଗ୍ରାମବାସୀଙ୍କ ସହଯୋଗରେ ଏହି ଯାତ୍ରା ସମ୍ପୂର୍ଣ୍ଣ କରାଯିବ । 9 ଦିନ ବ୍ୟାପୀ ପ୍ରତ୍ୟେକ ଦିନ ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ବୋଲି ସ୍ଥିର ହୋଇଥିବା ସୂଚନା ଦିଆଯାଇଛି । ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ରଥରେ କାଳିଆ ସାଆନ୍ତେଙ୍କୁ ଦେଖିବାକୁ ଚାତକ ପରି ଚାହିଁଛନ୍ତି । ମହାପ୍ରଭୁଙ୍କ ଦେଖି କୃତ୍ୟକୃତ୍ୟ ହେବେ ଭକ୍ତ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.