ଅନୁଗୋଳ: ଜିଲ୍ଲାର ବଅଁରପାଳ ବ୍ଲକ ରଙ୍କାସିଂହା ଗାଁରେ ଭୟାବହ ଅଗ୍ନିକାଣ୍ଡ। ୧୦ଟି ପରିବାରର ୨୦ରୁ ଅଧିକ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଅପରାହ୍ନରେ ପ୍ରବଳ ଖରା ଯୋଗୁ ସମସ୍ତେ ଘରେ ଶୋଇଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା।
ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ଖବର ପାଇ ବଅଁରପାଳରୁ ଦମକଳ ବାହିନୀ ପହଞ୍ଚି ଥିଲେ ମଧ୍ୟ ସେତେବେଳକୁ ସବୁ କିଛି ପୋଡି ଛାରଖାର ହୋଇ ଯାଇଥିଲା। ବିପନ୍ନ ପରିବାର ଗୁଡି଼କ ଏବେ ଖୋଲା ଆକାଶ ତଳେ ରହିଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ