ETV Bharat / state

ନାତିକୁ ତା ବାପା ପରି ବାୟୁସେନା ଅଫିସର କରିବି: ରାଣାପ୍ରତାପଙ୍କ ଶ୍ବଶୁର - ରାଣାପ୍ରତାପ ମୃତ୍ୟୁ ଅପଡେଟ୍

ଓଡିଆ ଯବାନ ରାଣାପ୍ରତାପଙ୍କ ବିୟୋଗରେ ସ୍ତବ୍ଧ ଅନୁଗୋଳ ସ୍ଥିତ ଜନ୍ମମାଟି । ନାତିକୁ ବାୟୁସେନା ଅଫିସର କରିବେ ବୋଲି କହିଲେ ରାଣାଙ୍କ ଶ୍ବଶୁର । ଅଧିକ ପଢନ୍ତୁ

ନାତିକୁ ବାପା ପରି ବାୟୁସେନା ଅଫିସର କରିବି: ରାଣାପ୍ରତାପଙ୍କ ଶ୍ବଶୁର

author img

By

Published : Dec 11, 2021, 9:50 AM IST

ଅନୁଗୋଳ: ଆଜି ଓଡିଶାରେ ପହଞ୍ଚିବ ଓଡିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର । ବୀର ଯବାନଙ୍କ ଶେଷ ଦର୍ଶନ ଏବଂ ଶେଷକୃତ୍ୟ ପାଇଁ ତାଙ୍କ ଜନ୍ମମାଟି ଅନୁଗୋଳସ୍ଥିତ କୃଷ୍ଣଚନ୍ଦ୍ରପୁର ଗାଁରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଇତିମଧ୍ୟରେ ଯବାନଙ୍କ ପତ୍ନୀ ଶିବାଙ୍ଗୀ ନିଜର ୧୮ ମାସର ପୁଅ ଏବଂ ବାପାମାଆ ସହ କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିଛନ୍ତି । ସେମାନେ ପହଞ୍ଚିବା ପରେ ପରିବେଶ ଆହୁରି ଶୋକାକୁଳ ହୋଇଯାଇଛି । ରାଣାଙ୍କ କୁନି ପୁଅର ନିଷ୍ପାପ ମୁହଁକୁ ଦେଖ କୋହ ସମ୍ଭାଳି ପାରିନାହାନ୍ତି ଆତ୍ମୀୟ । ଶିବାଙ୍ଗୀ ଜୀବନର ଲମ୍ବା ରାସ୍ତାରେ ଏକାକୀ କେମିତି ଚାଲିବେ ଏବଂ ବାପାଛେଉଣ୍ଡ ଶିଶୁଟିର ଭବିଷ୍ୟତ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ନିଜର ନାତିକୁ ବି ତା' ବାପା ଭଳି ବାୟୁସେନା ଅଫିସର କରିବେ ବୋଲି କହିଛନ୍ତି ରାଣାପ୍ରତାପଙ୍କ ଶ୍ବଶୁର । ପିଲାଟି ଭିତରେ ହିଁ ସେ ରାଣାଙ୍କୁ ମନେ ରଖିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ନାତିକୁ ବାପା ପରି ବାୟୁସେନା ଅଫିସର କରିବି: ରାଣାପ୍ରତାପଙ୍କ ଶ୍ବଶୁର

ତାମିଲନାଡୁ ବିମାନ ଦୁର୍ଘଟଣାରେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ରାଣାପ୍ରତାପଙ୍କ ନିଧନକୁ ତିନି ଦିନ ବିତିଗଲାଣି । ଜନ୍ମମାଟିରେ ରାଣାଙ୍କ ଅନ୍ତିମ ସଂସ୍କାର ଓ ଶେଷ ଦର୍ଶନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯେଉଁ ସର୍ବସାଧାରଣ ରାଣାପ୍ରତାପଙ୍କ ଶେଷ ଦର୍ଶନ କରିବେ ଏବଂ ଅନ୍ତ୍ୟେଷ୍ଟ ସମ୍ପନ୍ନ କରାଯିବ, ସେହି ସ୍ଥାନକୁ ପ୍ରଶାସନ ପକ୍ଷରୁ ସଫାସୁତୁରା କରାଯାଉଛି । ସେପଟେ ଲଢୁଆ ପୁଅକୁ ହରାଇ ଶୋକରେ ବୁଡିଯାଇଛି ସମଗ୍ର ଅଞ୍ଚଳ । ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ରାଣାଙ୍କ ପାର୍ଥିବ ଶରୀର ଆସି ଗାଁ ମାଟିରେ ପହଞ୍ଚିବ ଏବଂ ତାଙ୍କ ଶେଷ ଦର୍ଶନ କରିବେ।

ସେହିପରି ରାଣାପ୍ରତାପଙ୍କ ବିୟୋଗରେ ପରିବାର ଓ ଗାଁ ଲୋକଙ୍କ ଆଖିରୁ ଲୁହ ଶୁଖୁନି । କାହା ଘରେ ଚୁଲି ଜଳୁନି। ଗାଁ ମାଟିର ଜଣେ ଲଢୁଆ ପୁଅ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଚାଲିଯାଇଛି । ଘରେ ରୋଗୀ ବାପା ପୁଅକୁ ହରାଇ ଝୁରୁଛନ୍ତି । ମାନସିକ ରୋଗୀ ମା' କିଛି ବୁଝି ପାରୁନାହାନ୍ତି । ରାଣାଙ୍କ ଭଳି ଜଣେ ବୀର ଯବାନଙ୍କ ବିୟୋଗରେ ସମସ୍ତେ ମ୍ରିୟମାଣ ଥିଲେ ମଧ୍ୟ ସେ ଦେଶ ପାଇଁ ସେବା କରିଥିବାରୁ ସମସ୍ତେ ଗର୍ବିତ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.