ETV Bharat / state

ଫାର୍ମରେ ପଶି ୧୦ରୁ ଊର୍ଦ୍ଧ୍ବ କୁକୁଡା ଗିଳିଦେଲା ଅଜଗର

ଅନୁଗୋଳରେ ଦେଖିବାକୁ ମିଳିଛି ଅଜଗର ଆତଙ୍କ । କୁକୁଡ଼ା ଫାର୍ମରେ ପଶି 10ରୁ ଉର୍ଦ୍ଧ୍ବ କୁକୁଡ଼ାଙ୍କୁ ଗିଳିଛି ଅଜଗର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 25, 2023, 10:49 PM IST

python rescued from farm
ଅନୁଗୋଳରେ ଅଜଗର ଆତଙ୍କ
ଅନୁଗୋଳରେ ଅଜଗର ଆତଙ୍କ

ଭୁବନେଶ୍ବର: କୁକୁଡ଼ା ଫାର୍ମରେ ପଶି 10ରୁ ଊର୍ଦ୍ଧ୍ବ କୁକୁଡ଼ାଙ୍କୁ ମାରି ଗିଳିଦେଲା ଅଜଗର । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ସାତକୋଶିଆ ଅଭୟାରଣ୍ୟରେ ଛାଡିଛନ୍ତି । ସୂଚନା ଅନୁସାରେ, ବନ୍ତଳା ଅନ୍ତର୍ଗତ ଧୋକୁଟା ଗ୍ରାମର ଜନକ ସାହୁ ନାମକ ଜଣେ ବ୍ୟକ୍ତି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇଥିବାବେଳେ କୁକୁଡ଼ା ସଂଖ୍ୟା କମିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ଫାର୍ମର ଗୋଟିଏ କୋଣରେ ଏକ ବଡ ଅଜଗର ସାପକୁ ଦେଖିବାକୁ ପାଇଥିଲେ । ଅଜଗରର ପେଟ ଫୁଲିଥିବା ଦେଖି ପ୍ରାୟ 10ରୁ ଊର୍ଦ୍ଧ୍ବ କୁକୁଡ଼ା ଖାଇଥିବା ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା ।

ସ୍ଥାନୀୟ ବନ ବିଭାଗକୁ ଖବର ଦେବା ସହିତ ଆର୍ଥିକ କ୍ଷତିପୂରଣ ଦାବି କରିଛନ୍ତି ଫାର୍ମ ମାଲିକ । ସେପଟେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିନଥିବାରୁ ଦେଖାଦେଇଛି ଅସନ୍ତୋଷ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଶ୍ବରଂଜନ ବେହେରା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ସେପଟେ ବନବିଭାଗ ନଆସିବାରୁ ସ୍ନେକ ହେଲ୍ପ ଲାଇନ ଟିମ ଉପରେ ଅସନ୍ତୋଷ ଝାଡିଥିଲେ ଗ୍ରାମବାସୀ ।

ତେବେ ବନ ଅଧିକାରୀ କୁକୁଡ଼ା ପାଇଁ କିଛି କ୍ଷତି ପୂରଣ ଦେବେ ନାହିଁ ବୋଲି ମନା କରି ଦେଇଥିବା କୁହାଯାଉଛି । ଯେଉଁଥି ପାଇଁ ଉତ୍ତ୍ୟକ୍ତ ଲୋକେ ଗାଁରୁ ପଳାଇବା ଲାଗି ସ୍ନେକ ହେଲ୍ପ ଲାଇନ ଟିମକୁ କହିଥିଲେ । ସାପ ଯୋଗୁ ଗୃହପାଳିତ ପଶୁଙ୍କର କ୍ଷତି ହେଉଥିବାରୁ ଏଥର ସାପ ଦେଖାଦେଲେ ମାରିଦେବା କଥା କହି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ କରତପଟା ବିଟରୁ ଦୁଇ ଜଣ ବନକର୍ମଚାରୀଙ୍କ ସହାୟତାରେ ଅଜଗରକୁ ସାତକୋଶିଆ ଅଭୟାରଣ୍ୟରେ ଭିତରେ ଛାଡ଼ି ଦେଇଛନ୍ତି ।

ଏହା ବି ପଢନ୍ତୁ...Watch: ଘରୁ ମିଳିଲା ବିରଳ ଫର୍ଷ୍ଟେନ କ୍ୟାଟ ସାପ, ନିଜ ସୁରକ୍ଷା ପାଇଁ ମାରେ ଚୋଟ

ତେବେ ଅଜଗରର ଲମ୍ବ ପ୍ରାୟ ୧୦ ଫୁଟ ହେବ । ଜଙ୍ଗଲରେ ଛାଡ଼ିବାର ମାତ୍ର ୨/୪ ମିନିଟ ମଧ୍ୟରେ ସାପଟି ୯ ଟି ମଧ୍ୟମ ଧରଣର କୁକୁଡ଼ା ବାନ୍ତି କରିଥିଲା । ବନ୍ୟପ୍ରାଣୀଙ୍କ ଦ୍ଵାରା ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହେଲେ ବନ ବିଭାଗ ତରଫରୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଅଜଗର ସାପ ଛେଳି, ମେଣ୍ଢା, କୁକୁଡ଼ା ଆଦି ମାରିଲେ ଚାଷୀମାନେ କ୍ଷତିପୂରଣ ପାଉନଥିବା ଅଭିଯୋଗ କରିଛନ୍ତି । "ଘଡିଆଳ କୁମ୍ଭୀର ଯେତେବେଳେ ଜାଲରେ ପଡୁଛନ୍ତି । ଜାଲ ମାଲିକଙ୍କୁ କ୍ଷତିପୂରଣ ମିଳୁଛି । ତାହେଲେ ଅଜଗର ସାପ କୁକୁଡ଼ା କି ଛେଳି ମାରିଲେ କ୍ଷତିପୂରଣ କାହିଁକି ମିଳିବ ନାହିଁ?" ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.