ETV Bharat / state

11 ଦଫା ଦାବି ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ - ଅନୁଗୋଳ ଶ୍ରମ କାର୍ଯ୍ୟାଳୟ ଘେରାଉ

ଅନୁଗୋଳ ଶ୍ରମ କାର୍ଯ୍ୟାଳୟ ଘେରିଲା ରାଷ୍ଟ୍ରୀୟ ମଜଦୁର ସଙ୍ଘ । 11 ଦଫା ଦାବି ନେଇ ପ୍ରତିବାଦ ପ୍ରଦର୍ଶନ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ...

11 ଦଫା ଦାବି ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ବିକ୍ଷୋଭ

author img

By

Published : Mar 2, 2021, 5:21 PM IST

ଅନୁଗୋଳ: ଶ୍ରମିକ ହକ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ସଙ୍ଘ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି । 11 ଦଫା ଦାବି ନେଇ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି ।

11 ଦଫା ଦାବି ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ବିକ୍ଷୋଭ

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଆଜି(ମଙ୍ଗଳବାର) ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କର୍ମୀମାନେ ଅନୁଗୋଳ ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବହୁ ସଂଖ୍ୟାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନେତା ଓ କର୍ମୀ ଏକ ପ୍ରତିବାଦ ଶୋଭାଯାତ୍ରାରେ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ କରିଥିଲେ । ସେମାନଙ୍କ ଦାବି ଠିକ ସମୟରେ ଶ୍ରମିକଙ୍କ ରିନୁଆଲ କରାଯାଉ ନାହିଁ । ଏହାଛଡା କୋଭିଡ ସମୟରେ ପଞ୍ଜିକୃତ ଶ୍ରମିକଙ୍କୁ ସରକାର ଯେଉଁ 15 ହଜାର ଟଙ୍କା ଦେବାପାଇଁ ଘୋଷଣା କରିଥିଲେ ତାହା ମଧ୍ୟ ପ୍ରଦାନ କରିନାହାଁନ୍ତି । ଅନ୍ୟପଟେ 11 ଦଫା ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.