ETV Bharat / state

ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ - ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପାଇଁ ଅନୁଗୋଳ ଆଦିବାସୀଙ୍କ ପ୍ରତିବାଦ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ଆଦିବାସୀଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ଅଧିକ ପଢ଼ନ୍ତୁ

protest by anugul tribals demanding reservation in upcoming panchayat election
ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି, ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ
author img

By

Published : Jan 3, 2022, 3:58 PM IST

ଅନୁଗୋଳ: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ଆଦିବାସୀଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବିରୁଦ୍ଧରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଅନୁଗୋଳର ଆଦିବାସୀ ଲୋକେ । ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବହୁ ସଂଖ୍ୟାରେ ଆଦିବାସୀ ଏକାଠି ହୋଇଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତି ପ୍ରତିନିଧିଙ୍କ ପାଇଁ ସଂରକ୍ଷଣ ସାନି ବିଜ୍ଞପ୍ତି ଉପରେ ପୁନଃ ବିଚାର କରିବାକୁ ଦାବି କରିଛନ୍ତି ।

ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି, ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ

ଗତ କିଛି ଦିନ ପୂର୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା । ସେଥିରେ ପୂର୍ବରୁ ଯେଉଁ ସବୁ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିଲା ତାହାକୁ ପରିବର୍ତ୍ତନ କରାଯାଇ ଅଣସଂରକ୍ଷିତ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଆଦିବାସୀ ଲୋକେ । ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରିବାକୁ ଦାବି ହୋଇଛି ।

ଏନେଇ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଯଦି ଏନେଇ ପୁନଃ ବିଚାର ନ କରାଯାଏ, ତେବେ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.