ETV Bharat / state

ଭଡା ଘରେ ଦେହ ବେପାର ! ଚଢ଼ାଉ କଲା ପୋଲିସ - Prostitution in a rented house

ଭଡ଼ା ଘରେ ଦେହ ବ୍ୟବସାୟ ଚାଲିଥିବା ସନ୍ଦେହରେ ଚଢାଉ କଲା ଅନୁଗୋଳ ପୋଲିସ । ଏହି ଘଟଣାରେ ପୋଲିସ ତିନି ଜଣକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

Prostitution in a rented house raid by anugul police
ଭଡା ଘରେ ଦେହ ବେପାର ! ଚଢ଼ାଉ କଲା ପୋଲିସ
author img

By

Published : Nov 3, 2021, 10:44 PM IST

ଅନୁଗୋଳ: ଭଡା ଘରେ ଦେହ ବେପାର ଅଭିଯୋଗ, ଚଢ଼ାଉ କଲା ପୋଲିସ । ଦୁଇ ଯୁବକଙ୍କ ସହ ଯୁବତୀ ଉଦ୍ଧାର। ଅନୁଗୋଳ ପୋଲିସ ଚଢ଼ାଉ ପରେ ପଦାକୁ ଆସିଲା ଘଟଣା ।

ଅନୁଗୋଳ ଟାଉନ ଥାନା ତୁରଙ୍ଗ ଗାଁ ପାଖ ଇନ୍ଦ୍ରହରିନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚାଲିଥିବା ସନ୍ଦେହରେ ପୋଲିସ ଚଢାଉ କରିଥିଲା । ଏଠାରେ ଦୀର୍ଘ ଦିନ ହେବ ଅନୈତିକ କାରବାର ଚାଲିଥିବା ନେଇ ପୋଲିସର ନଜର ରହିଥିବାବେଳେ ଅତର୍କିତ ଭାବେ ଚଢ଼ାଉ କରି ଘଟଣାରୁ ପରଦା ହଟାଇଛି । ଚଢାଉ ସମୟରେ ଘଟଣାସ୍ଥଳରୁ ପୋଲିସ ୨ ଜଣ ଗ୍ରାହକଙ୍କୁ ଧରି ପଚରାଉଚରା ପାଇଁ ଅଟକ ରଖିଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦେଇ ନଥିବାବେଳେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଭଡ଼ାଘରେ ଅତର୍କିତ ଭାବେ ପୋଲିସ ଚଢାଉ କରିଥିବାବେଳେ ଏହା ପୂର୍ବରୁ ସ୍ଥାନୀୟ ଲୋକମାନେ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିଥିଲେ ।

ଭଡା ଘରେ ଦେହ ବେପାର ! ଚଢ଼ାଉ କଲା ପୋଲିସ

ଉଭୟ ଯୁବକ ପୋଲିସ ସମ୍ମୁଖରେ ଘଟଣା ସଂପର୍କରେ ସ୍ବୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ। ଘଟଣାରେ ପୋଲିସ ଦୁଇଜଣ ଯୁବତୀଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି । ସେପଟେ ଏହି ଘଟଣା ନେଇ ପୋଲିସ ମୁହଁ ଖୋଲିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.