ETV Bharat / state

ପୂଜା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - ଦୂର୍ଗା ପୂଜାରେ ଅଶ୍ଳୀଳ ନୃତ୍ୟକୁ ନେଇ କଟକଣା

ଶାରଦୀୟ ଦୁର୍ଗାପୂଜା ଓ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ସାରିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 16, 2019, 2:11 PM IST

ଅନୁଗୋଳ: ଆସନ୍ତା ଦୁର୍ଗାପୂଜା ଓ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ସମାପନ କରିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏଥର ଅକ୍ଟୋବର ମାସ 4 ତାରିଖରୁ ଦୁର୍ଗାପୂଜା ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ସେହିପରି ମାସର 13 ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ 23 ତରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ମଧ୍ୟରେ କିଭଳି ଉଚିତ ସମନ୍ବୟ ରହିବ ଓ ପୂଜା ସମୟରେ ରାସ୍ତା ମରାମତି, ଟ୍ରାଫିକ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥାର ସୁପରିଚାଳନା କରାଯିବ ସେ ନେଇ ଆଲୋଚନା ହୋଇଛି।ଅନ୍ୟପଟେ ଶବ୍ଦ ପ୍ରଦୂଷଣ, ଅଶ୍ଳୀଳ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଉପରେ ମଧ୍ୟ ପ୍ରଶାସନ କଟକଣା ଜାରି କରିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଦୁର୍ଗା ପୂଜା ଓ ଲାଷ୍ମୀ ପୂଜାକୁ ସୁଚାରୁ ରୁପେ ସାରିବାକୁ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ର ବୈଠକ ।ସବୁ କମିଟି କୁ ଡାକି ଆଲୋଚନା । ପୂଜା ପୂର୍ବରୁ ପୂଜା ପାଇଁ ଆବଶ୍ୟକୀୟ କାମ ସାରିବାକୁ ପ୍ରଶାସନ ର ଉଦ୍ୟମ ।Body:ଆସନ୍ତା ଦୁର୍ଗାପୂଜା ଓ ଅନୁଗୋଳ ର ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ସରିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ଅକ୍ଟୋବର ମାସ 4 ତାରିଖରୁ ଦୁର୍ଗାପୂଜା ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ସେହିପରି ମାସର 13 ତରିଖ ରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ 23 ତରିଖ ପଯ୍ୟନ୍ତ ଚାଲିବ ବୋଲି ନିଷ୍ପତି ହୋଇଛି । ଜିଲା ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ମଧ୍ୟରେ କିଭଳି ଉଚିତ ସମନ୍ୱୟ ରହିବ ଓ ପୂଜା ସମୟରେ ରସ୍ଥା ମରାମତି , ଟ୍ରାଫିକ ନିୟନ୍ତ୍ରଣ , ଆଲୋକ ବ୍ୟାନସ୍ଥା ର ସୁପରି ଚାଳନା କରାଯିବ ସେ ନେଇ ଏହି ଆଲୋଚନା ହୋଇଛି ।ଅନ୍ୟପଟେ ଶବ୍ଦ ପ୍ରଦୂଷଣ ,ଆଶ୍ରିଲ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଉପରେ ମଧ୍ୟ ପ୍ରଶାସନ କଟକଣା କରିଛି ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.