ଅନୁଗୋଳ: ଆସନ୍ତାକାଲି(ମଙ୍ଗଳବାର) ଅନୁଗୋଳ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଜିଲ୍ଲାର ତାଳଚେର ଓ କିଶୋରନଗର ବ୍ଲକରେ ନିର୍ବାଚନ ହେବ । ଜିଲ୍ଲାର ସବୁ ବୁଥ୍କୁ ପୋଲିଂ ପାର୍ଟି ପଠାଯାଇଛି । ଏଥିସହିତ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ତାଳଚେର ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ (୧୮, ୧୯, ୨୦, ୨୧) ଓ କିଶୋର ନଗର ବ୍ଲକରର ୩ଟି ଜୋନ ( ୧୧,୧୨,୧୩)ରେ ୩ ପ୍ରମୁଖ ଦଳ ବିଜେଡି଼, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ରହିଥିଲେ ମଧ୍ୟ ମୁଖ୍ୟତଃ ଭାଜପା ଓ ବିଜେଡି଼ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବା ଲକ୍ଷ୍ୟ କରାଯାଉଛି । ତାଳଚେର ବ୍ଲକରେ ୨୧ ପଞ୍ଚାୟତ ସହ ୪ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ଏଠାକାର ମୋଟ୍ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୯୬୮ । ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦୫ ବୁଥ୍ କରାଯାଇଛି ।
ସେହିପରି କିଶୋର ନଗର ବ୍ଲକର ୨୮୪ ବୁଥରେ ୮୩, ୦୮୬ ଜଣ ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିବେ। ତାଳଚେର ବ୍ଲକର ୧୬୮ ବୁଥ୍ ସମ୍ବେଦନଶୀଳ ହୋଇଥିବା ବେଳେ ଅତି ସମ୍ବେଦନଶୀଳ ବୁଥ୍ ସଂଖ୍ୟା ୮୫ । ସେପଟେ କିଶୋର ବ୍ଲକରେ 30 ବୁଥ ସମ୍ବେଦନଶୀଳ ରହିଛି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ଆଜି ସବୁ ବୁଥକୁ ପୋଲିଂ ପାର୍ଟି ପଠାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷର ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ