ETV Bharat / state

ଜଳସେଚନ ପ୍ରକଳ୍ପ ପାଇଁ ତୁମୁଳକାଣ୍ଡ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ - police villagers were classed

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଓଳଥ ଗ୍ରାମରେ ନିର୍ମାଣ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରକୁ ନେଇ ତୁମୁଳକାଣ୍ଡ । ଓଳଥ ଗାଁରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପକୁ ପତାକା ଗାଁରେ ନିର୍ମାଣକୁ ବିରୋଧ କରିଛନ୍ତି ଲୋକେ । ଅଧିକ ପଢନ୍ତୁ...

ଜଳସେଚନ ପ୍ରକଳ୍ପ ପାଇଁ ପୋଲିସ ଗ୍ରାମବାସୀ ମୁହାଁମୁହିଁ

author img

By

Published : Apr 19, 2021, 10:12 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଓଳଥ ଗ୍ରାମରେ ନିର୍ମାଣ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରକୁ ନେଇ ତୁମୁଳକାଣ୍ଡ । ଓଳଥ ଗାଁରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପକୁ ପତାକା ଗାଁରେ ନିର୍ମାଣକୁ ବିରୋଧ କରିଛନ୍ତି ଲୋକେ । ଫଳରେ ଶତାଧିକ ଗ୍ରାମବାସୀ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇବା ପରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଜଳସେଚନ ପ୍ରକଳ୍ପ ପାଇଁ ପୋଲିସ ଗ୍ରାମବାସୀ ମୁହାଁମୁହିଁ

ଫଳରେ ବାଧ୍ୟ ହୋଇ ପୋଲିସ ପହଞ୍ଚି ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା । ଏହା ପରେ ଆଠମଲ୍ଲିକ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପୋଲିସ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଖପାଖର ୨୨ଟି ପଞ୍ଚାୟତକୁ ଜଳସେଚନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ତରଫରୁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଓଲଥ ଗାଁ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି । କିନ୍ତୁ ସେଠାରେ କୌଣସି ବୈଷୟିକ ତୃଟି ଯୋଗୁଁ ପ୍ରକଳ୍ପ ନିକଟସ୍ଥ ପତାକା ଗାଁ ନିକଟରେ ନିର୍ମାଣ ଆରମ୍ଭ କରାଯାଉଛି ।

ଆଜି ସକାଳେ କାମ ଆରମ୍ଭ ହେବା ମାତ୍ରେ କାହିଁକି ଆମ ଗାଁ ନିକଟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ପତାକା ଗାଁ ନିକଟରେ କରାଯାଉଛି ବୋଲି ଓଲଥ ଗାଁର ଶତାଧିକ ମହିଳା ପୁରୁଷ ହଠାତ ନିର୍ମାଣ ସ୍ଥଳକୁ ଚାଲିଆସି ହୋ-ହାଲା କରିଥିଲେ । ଏପରିକି କାମ ମଧ୍ୟ ବନ୍ଦ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବ୍ୟାପକ ପୋଲିସ ଫୋର୍ସ ପହଞ୍ଚି ଶତାଧିକ ଓଲଥ ଗ୍ରାମବାସୀଙ୍କୁ ଗିରଫ କରି ନେଇଥିଲେ । ଆଠମଲ୍ଲିକ ଉପଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ପ୍ରକଳ୍ପ ହେଲେ ସମସ୍ତେ ଲାଭ ହେବେ ବୋଲି କହିଥିଲେ । ପୋଲିସ ଉପସ୍ଥିତିରେ କାମ ଚାଲୁ କରାଇ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.