ଅନୁଗୋଳ: ଚାନ୍ଦା ଆଦାୟକାରୀଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ପୋଲିସ ଫାଣ୍ଡି ଘେରିଲେ ଗ୍ରାମବାସୀ । ସୋମବାର ସକାଳେ ଏଭଳି ଅପ୍ରୀତିକର ପରିସ୍ଥିତି ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।
ସୂଚନାନୁସାରେ, ରବିବାର ବଡଜୋର ଗାଁରେ ହିଙ୍ଗୁଳା ଯାତ୍ରା ପାଇଁ ଟଙ୍କା ଆଦାୟ କରାଯାଉଥିଲା । ହିଙ୍ଗୁଳାଯାତ୍ରା କମିଟି ପକ୍ଷରୁ ମୁକ୍ତ ହସ୍ତରେ ଦାନ ଦିଅନ୍ତୁ ନେଇ ଏହି ଚାନ୍ଦା ଆଦାୟ ହୋଇଥିଲା । ଏହି ସମୟରେ ଛେଣ୍ଡିପଦା ପୋଲିସ ଆସି କମିଟି ସଦସ୍ୟଙ୍କୁ ବାରଣ କରିବା ସହିତ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏଥିସହିତ ସଂଗ୍ରହ ହୋଇଥିବା ଦାନ ଟଙ୍କାକୁ ନିଜ ସହ ନେଇ ପଳାଇଥିଲେ ।
ମାତ୍ର ବିନା ଦୋଷରେ ପୋଲିସ ସେମାନଙ୍କୁ ମାଡ ମାରିଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଯାହାର ପ୍ରତିବାଦ କରି ଆଜି (ସୋମବାର) ଛେଣ୍ଡିପଦା ଥାନା ବାଗେଡିଆ ଫାଣ୍ଡି ଘେରାଉ କରିଛନ୍ତି ବଡଜୋର ଗାଁ ଲୋକେ । ସେପଟେ ଘଟଣାର ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ