ଅନୁଗୋଳ: ପୋଲିସ ହେପାଜତରୁ ଆସାମୀ ଫେରାର । ଅନୁଗୋଳ ପୋଲିସ ହାତରୁ ଚମ୍ପଟ ମାରିଛି ଅଭିଯୁକ୍ତ । ପୋକ୍ସୋ ମାମଲାରେ ଗିରଫ ଅଭିଯୁକ୍ତକୁ ଅନୁଗୋଳ କୋର୍ଟକୁ ଆଣିଥିବା ବେଳେ ପୋଲିସ ହେପାଜତରୁ ଚମ୍ପଟ ମାରିଛି ଅଭିଯୁକ୍ତ ।
ସୂଚନା ଅନୁସାରେ ଫେରାର ଅଭିଯୁକ୍ତ ନାଁରେ ଦୁଇ ଦୁଇଟି ପୋକ୍ସୋ ମାମଲା ଦାୟର କରି ଅନୁଗୋଳ ପୋଲିସ ଆଜି ରାତି ପ୍ରାୟ 8 ଟା 30 ସମୟରେ କୋର୍ଟକୁ ହାଜର ପାଇଁ ଆଣିଥିବା ବେଳେ ସେ ପୋଲିସର ଖାମଖିଆଲିର ସୁଯୋଗ ନେଇ ଚମ୍ପଟ ମାରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଫେରାର ଆସମୀର ନାଁ ରବି ନାରାୟଣ ବେହେରା । ସେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଠ କରୋଗଲା ଗାଁର ବୋଲି ଜଣାପଡିଛି । ଫେରାର ଖବର ପାଇ ପୋଲିସ ଟିମ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି । ତବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ