ETV Bharat / state

ଅମଳ ବେଳେ ମିଳୁନି ଉଚିତ ମୂଲ୍ୟ, ଚିନ୍ତାରେ ପୋଟଳ ଚାଷୀ - ଚିନ୍ତାରେ ଅନୁଗୋଳ ପୋଟଳ ଚାଷୀ

ଜିଲ୍ଲାରେ ପୋଟଳର ଅଭାବୀ ବିକ୍ରୀକୁ ନେଇ ଶତାଧିକ ଚାଷୀ ଚିନ୍ତାରେ ରହିଛନ୍ତି । ପୋଟଳ ଅମଳ ବେଳକୁ ଉଚିତ ଦର ମିଳୁନି କି ବିକ୍ରି ପାଇଁ ସଠିକ ବଜାର ନାହିଁ । ଶେଷରେ ବାହାର ବେପାରୀଙ୍କୁ ବାଧ୍ୟ ହୋଇ କେଜି ପ୍ରତି ୧୦ରୁ ୧୨ଟଙ୍କା ଦରରେ ବିକ୍ରି କରୁଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ...

ଅମଳ ବେଳେ ମିଳୁନି ଉଚିତ ମୂଲ୍ୟ, ଚିନ୍ତାରେ ପୋଟଳ ଚାଷୀ

author img

By

Published : Aug 4, 2021, 7:18 AM IST

ଅନୁଗୋଳ: ଜିଲ୍ଲାରେ ପୋଟଳର ଅଭାବୀ ବିକ୍ରୀକୁ ନେଇ ଶତାଧିକ ଚାଷୀ ଚିନ୍ତାରେ ରହିଛନ୍ତି । ପୋଟଳ ଅମଳ ବେଳକୁ ଉଚିତ ଦର ମିଳୁନି କି ବିକ୍ରି ପାଇଁ ସଠିକ ବଜାର ନାହିଁ । ଶେଷରେ ବାହାର ବେପାରୀଙ୍କୁ ବାଧ୍ୟ ହୋଇ କେଜି ପ୍ରତି ୧୦ରୁ ୧୨ଟଙ୍କା ଦରରେ ବିକ୍ରି କରୁଛନ୍ତି ଚାଷୀ । ଫଳରେ ପୋଟଳ ଚାଷୀଙ୍କୁ ସାର ଔଷଧ ଖର୍ଚ୍ଚ ମଧ୍ୟ ମିଳୁନି । ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଓ ଅନୁଗୋଳ ବ୍ଲକରେ ପ୍ରାୟ ୫ଶହ ଏକରରୁ ଅଧିକ ଜମିରେ ପୋଟଳ ଚାଷ ହେଉଛି । ପିଢି ପରେ ପଢି ଚାଷୀ ଏଠାରେ ପୋଟଳ ଚାଷ କରି ଆସୁଛନ୍ତି । ତେଣୁ କହିବାକୁ ଗଲେ ଏହି ଚାଷ ହିଁ ସେମାନଙ୍କର ମୁଖ୍ୟ ଜୀବିକା।

ଅମଳ ବେଳେ ମିଳୁନି ଉଚିତ ମୂଲ୍ୟ, ଚିନ୍ତାରେ ପୋଟଳ ଚାଷୀ

ପରିବାରର ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରାତି ପାହିଲେ ପେଟପାଟଣା ପାଇଁ ଚାଷ ଜମିକୁ ଯାଆନ୍ତି । ଜମିରେ ହଳ ସହ ଗଛ ଲଗାଇବା, ରଞ୍ଜା ପୋତିବା, ପାଣି ମଡ଼ାଇବା ଏବଂ ସାର ଔଷଧ ଦେବା ଭଳି ସମସ୍ତ କାର୍ଯ୍ୟ କରନ୍ତି । ହାତୀ ଓ ମାଙ୍କଡ଼ ଭଳି ଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା କରନ୍ତି । ହାଡ଼ ଭଙ୍ଗା ପରିଶ୍ରମ ପରେ ସଞ୍ଜ ହେଲେ ଘରକୁ ଫେରନ୍ତି । ହେଲେ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି ଚାଷୀ । ଚଳିତ ବର୍ଷ ପୋଟଳ ଭଲ ଅମଳ ହୋଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି । କୋରୋନା କଟକଣା ଯୋଗୁ ଫସଲ ବିକ୍ରି କରିବାର ସୁବିଧା ନାହିଁ ।

ବାହାର ବ୍ୟବସାୟୀ ପୋଟଳ କେଜି ପିଛା ମାତ୍ର ୧୦ରୁ ୧୨ଟଙ୍କା ଦେଇ କିଣି ନେଉଛନ୍ତି । ଏତେ କମ ଦରରେ ବିକ୍ରି କରୁଥିବାରୁ ଚାଷୀ ମାନଙ୍କ ସାର ଔଷଧ ଖର୍ଚ୍ଚ ମଧ୍ୟ ଉଠୁନି । କୌଣସି ଉପାୟ ନପାଇ ବାଧ୍ୟ ହୋଇ ଅଭାବୀ ବିକ୍ରି କରୁଛନ୍ତି ଚାଷୀ । ଏବେ ପୋଟଳ ଅମଳ ଚାଲିଛି। ଜିଲ୍ଲାରେ ଦୈନିକ ପ୍ରାୟ ୫ଶହ କ୍ବିଣ୍ଟାଲରୁ ଅଧିକ ପୋଟଳ ଅମଳ ହେଉଛି। ବାହାର ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଅନୁଗୋଳ ଚାଷୀଙ୍କୁ ଅହେତୁକ କ୍ଷତି ସହିବାକୁ ପଡୁ଼ଛି ।

ଅନୁଗୋଳ ଜିଲ୍ଲାରେ ଅମଳ ହେଉଥିବା ପୋଟଳର ମାନ ବେଶ ଭଲ । ତେଣୁ ଏଠାକାର ପୋଟଳର ଚାହିଦା ରହିଛି । ଏଠାରୁ କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ପୋଟଳ ରପ୍ତାନୀ ହୁଏ । ସେସବୁ ଅଞ୍ଚଳର ବ୍ୟବସାୟୀ ମାନେ ଏଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ପୋଟଳ ନିଅନ୍ତି । ପୋଟଳ ଚାଷୀ ମାନଙ୍କୁ ବିକ୍ରିର କୌଣସି ଅସୁବିଧା ହୁଏ ନାହିଁ। କିନ୍ତୁ ଚଳିତ ବର୍ଷ ଖୁବ କମ ଦରରେ ବିକ୍ରି କରିବାକୁ ପଡ଼ୁଥିବାରୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଯାହାକି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବହୁ ସ୍ଥାନରେ ଜଳ ସେଚନର ସୁବିଧା ନାହିଁ । ହାତୀ ଓ ମାଙ୍କଡ଼ ଫସଲ ଖାଇ ନଷ୍ଟ କରିଥିବା ବେଳେ ଅତି କଷ୍ଟରେ ଚାଷ କରିଛି ଚାଷୀ । ଏତେ ଅସୁବିଧା ଭିତରେ ମଧ୍ୟ ନିଜର ଜୀବିକା ବଞ୍ଚାଇବାକୁ ଚାଷ ଛାଡି ପାରୁ ନାହାନ୍ତି।

ପୂର୍ବରୁ କୋରୋନା କଟକଣା ଯୋଗୁଁ ବିକ୍ରି ହୋଇ ପାରୁ ନଥିଲା । ଏବେ କଟକଣା କୋହଳ ହେଲେ ମଧ୍ୟ ଉଚିତ ଦର ମିଳୁନି । ତେଣୁ ଶତାଧିକ ପୋଟଳ ଚାଷୀଙ୍କ ଜୀବିକା ଉଜୁଡି ଯାଇଛି । ସରକାରୀ ପ୍ରୋତ୍ସାହନ ମିଳିଲେ ଜିଲ୍ଲାର ପୋଟଳ ଚାଷୀ ଆହୁରି ଉନ୍ନତି କରି ପାରିବେ। ଭଲ ମାନର ପୋଟଳ ଚାଷ ଆଗକୁ ଆହୁରି ବଢ଼ି ପାରିବ ବୋଲି ଚାଷୀମାନେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.