ETV Bharat / state

ସ୍କୁଲ ଫି' ଆଦାୟ ପ୍ରତିବାଦରେ ତାଳଚେର ଅଭିଭାବକ ସଙ୍ଘ

ଛାତ୍ରଛାତ୍ରୀଙ୍କ ନାମଲେଖା ଓ ସ୍କୁଲ ଫି' ଆଦାୟକୁ ତାଳଚେର ଅଭିଭାବକ ସଙ୍ଘର ବିରୋଧ । ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ସଙ୍ଘ । ଅଧିକ ପଢନ୍ତୁ...

ସ୍କୁଲ ଫି' ବୃଦ୍ଧି ପ୍ରତିବାଦରେ ତାଳଚେର ଅଭିଭାବକ ସଙ୍ଘ

author img

By

Published : Jun 10, 2020, 4:06 PM IST

ଅନୁଗୋଳ: ଛାତ୍ରଛାତ୍ରୀଙ୍କ ନାମଲେଖା ଓ ସ୍କୁଲ ଫି' ଆଦାୟକୁ ବିରୋଧ କରି ବୁଧବାର ତାଳଚେର ଅଭିଭାବକ ସଙ୍ଘ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସ୍କୁଲ ଫି' ବୃଦ୍ଧି ପ୍ରତିବାଦରେ ତାଳଚେର ଅଭିଭାବକ ସଙ୍ଘ

କୋରୋନାର ମହାମାରୀ ସମୟରେ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । ଏହାରି ଭିତରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳ ଏଭଳି ନିଷ୍ପତ୍ତି ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସଙ୍କଟରେ ପକାଇଛି l ଅନ୍ୟପକ୍ଷେ କେନ୍ଦ୍ର ସରକାର ଚିଠି ଜାରି କରିଛନ୍ତି ଯେ ୧୫ ଅଗଷ୍ଟ ପରେ ଏ ସମ୍ପର୍କରେ ବିଚାର କରାଯିବ l ହେଲେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନାମ ଲେଖାଇବାକୁ କହିବା ସହ ସମସ୍ତ ସ୍କୁଲ ଫି' ଦେବାକୁ ବାଧ୍ୟ କରୁଛି l ଏଣୁ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ସେମାନଙ୍କ ପରିବାରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନାମଲେଖା ସହ ବିଭିନ୍ନ ଫି' ଆଦାୟ ମାମଲାରେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି l

ଯଦି ଗଣଶିକ୍ଷା ବିଭାଗ ଏ ଦାବିକୁ ନମାନି ନାମଲେଖା ପ୍ରିକ୍ରିୟା ଜାରି ରଖେ ଏବଂ କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଙ୍ଘ ପ୍ରକାଶ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.