ETV Bharat / state

ଚିନ୍ତା ବଢାଉଛି ଡିଏଭି ସ୍କୁଲ ଫି ବୃଦ୍ଧି, ଧାରଣାରେ ଅଭିଭାବକ

ଉଗ୍ର ହେଉଛି ଡିଏଭି ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗ । ଘଟଣାରେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଏନେଇ ଅଣଚାକିରିଆ ଅଭିଭାବକ ସଙ୍ଘ ଶନିବାରଠୁ ସ୍କୁଲକୁ ବନ୍ଦ କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 29, 2019, 5:31 AM IST

ଅନୁଗୋଳ: ମାତ୍ରାଧିକ ସ୍କୁଲ ଫି ବୃଦ୍ଧିକୁ ବିରୋଧ । ତାଲା ପକାଇ ଆନ୍ଦୋଳନରେ ଅଭିଭାବକ। ଏନେଇ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲ ଅଭିଭାବକଙ୍କ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇଥିବାରୁ ପାଠପଢା ବନ୍ଦ ରହିଛି । ଡିଏଭି ସ୍କୁଲର ସମସ୍ତ ଖର୍ଚ୍ଚ ଏନଟିପିସି ତାଳଚେର ଥର୍ମାଲର ସିଏସଆର ଫଣ୍ଡରୁ ଖର୍ଚ୍ଚ ହୋଇଥାଏ । ଯାହାଦ୍ୱାରା ପ୍ଲାଣ୍ଟର ଆଖପାଖରେ ଥିବା ପଞ୍ଚାୟତ ଗୁଡିକର ପିଲାମାନେ ଏହି ସ୍କୁଲ୍ ପଢ଼ିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

କିନ୍ତୁ ଡିଏଭି ସ୍କୁଲ ପ୍ରିନ୍ସପାଲ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚ।ୟତରୁ ଆସୁଥିବା ପିଲାମାନଙ୍କର ସ୍କୁଲ ଫିକୁ ୮ହଜାରରୁ ୧୩ ହଜାରକୁ ବୃଦ୍ଧି କରିଛନ୍ତି । ଯାହାକି ନିୟମ ବିରୋଧ ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଙ୍ଘ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଶନିବାରଠୁ ଅଣ ଚାକିରିଆ ଅଭିଭାବକ ସଙ୍ଘ ପକ୍ଷରୁ ସ୍କୁଲକୁ ବନ୍ଦ କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜୟପୁର ଜମିଦାରୀର ମହାରାଜ ରାଜର୍ଶୀ ବିକ୍ରମ ଦେଵ ବର୍ମା ଙ୍କ ସ୍ମୃତି ସୁରକ୍ଷା ଜୟପୁର ସହରରେ  ଅବହେଳିତ ହୋଇ ପଡିଥିବା ତାଙ୍କ ସମାଧି ସ୍ଥଳ ରାଜ ସ୍ମଶାନ ର ସ୍ଥିତି ଭଳି ଆନ୍ତରିକତା ର ସ୍ପର୍ଶକୁ ହରାଇ ବସିଛି । ଓଡ଼ିଆ , ତେଲୁଗୁ , କନ୍ନଡ , ସଂସ୍କୃତ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ନିଜ କଲମ ମୁନରେ  ସାହିତ୍ୟ ସୃଷ୍ଟି କରିବା ସହିତ  ସାହିତ୍ୟକୁ ପ୍ରୋତ୍ସାହନ ଯୋଗାଇବାର ଅନନ୍ୟ ସାଧନା ର ଫଳସ୍ୱରୂପ   ରାଜର୍ଶୀ ସମ୍ମାନରେ ଭୂଷିତ ହୋଇଥିଲେ   । ୧୯୩୧ ମସିହାରୁ ୧୯୫୧ ମସିହା ପର୍ଯ୍ୟନ୍ତ ଜୟପୁର ରାଜ ସିଂହାସନରେ ବସି ଏହି ଅଂଚଳର ଶିକ୍ଷା , ସ୍ୱାସ୍ଥ୍ୟ ଓ ଜଳ ଯୋଗାଣ ଦିଗରେ ବିକ୍ରମଦେଵ ବର୍ମା ଅଭୂତପୂର୍ବ କାର୍ଯ୍ୟ କରିଥିଲେ ବୋଲି ଜୟପୁରର ବିଶିଷ୍ଟ ଗବେଷକ ଓ ବିକ୍ରମଦେଵ ବର୍ମାଙ୍କ ବିଷୟରେ ପୁସ୍ତକ ରଚନା କରି ପ୍ରଶଂସିତ ହୋଇଥିବା ପରେଶ ରଥ ଆଜି ବିକ୍ରମଦେଵ ବର୍ମାଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଈଟିଭି ଭାରତ ସହ କଥାବାର୍ତା ହେବା ସମୟରେ ରାଜର୍ଷିଙ୍କ ସ୍ମୃତିଚାରଣ କରି ନିଜ ମତ ରଖିଛନ୍ତି । ତତ୍କାଳୀନ  ମାଡ୍ରାସ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ର ପାଠ୍ୟକ୍ରମ ରେ ବିକ୍ରମଦେବଙ୍କ ରଚିତ ବିଭିନ୍ନ ବିଷୟ ସ୍ଥାନ ପାଇଥିଲା । କିନ୍ତୁ ଆଜି ଓଡ଼ିଶାର ପାଠ୍ୟପୁସ୍ତକ ଗୁଡିକରେ ମହାରାଜଙ୍କ ରଚନା କିମ୍ବା ତାଙ୍କ ବିଷୟରେ ରଚନାର ଅଭାବ ରହିଥିବା ଯୋଗୁଁ ଧୀରେ ଧୀରେ ଯୁବମାନସରେ ମହାରାଜ ବିକ୍ରମ ଦେବ ବର୍ମା ଏକ  ବିସ୍ମୃତ ଇତିହାସ ର ରୂପ  ନେବାରେ ଲାଗିଥିବା ଶ୍ରୀ ରଥ କ୍ଷୋଭ ପ୍ରକାଶ କରିଛନ୍ତି । କୋରାପୁଟ ଆଦିବାସୀ ସଂଗ୍ରହାଳୟର ବରିଷ୍ଠ ଗବେଷକ ଉମାକାନ୍ତ ଦାସ ଙ୍କ କହିବା ଅନୁଯାଇ ମହାରାଜାଙ୍କ ରାଜୁତି ସମୟରେ ଓଡ଼ିଶାର ଗଂଜାମ ଓ  କୋରାପୁଟ ଅଂଚଳ ସମେତ ଆନ୍ଧ୍ର ର ଅନେକ ଭାଗରେ ଅବସ୍ଥାନ କରୁଥିବା ଛାତ୍ରଛାତ୍ରୀ  ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁ ପ୍ରାଥମିକତା ଦେଇଥିବା ଯୋଗୁଁ  ସେ ସେହି ବିଶ୍ବବିଦ୍ୟାଳୟକୁ ବହୁ ପରିମାଣରେ ଆର୍ଥିକ ସହଯୋଗ କରିଥିଲେ । ଏଥିରୁ ମହାରାଜ ଙ୍କ ଏହି ଅଂଚଳର ଶିକ୍ଷା ପ୍ରତି ଥିବା ସମ୍ବେଦନଶୀଳତା ଜଣାପଡେ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି । ତେବେ ମହାରାଜ ବିକ୍ରମ ଦେବ ବର୍ମାଙ୍କ କୃତିକୁ ସରକାର ସମ୍ମାନ ଜଣାଇ ପ୍ରତିବର୍ଷ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ତାଙ୍କ ଜୟନ୍ତୀ ଉତ୍ସବରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇ ସ୍ମୃତିଚାରଣ କରାଯାଉଥିବା କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ଜଣାଇଛନ୍ତି ।
........
Byte : Paresh Rath , Researcher ( Young man with cap)
Byte : Umakanta Das ,Senior Researcher
Byte : Akhyay Kumar Sethi , DIstrict Culture Officer
P2C : Ch.Santakar
........
ଶାନ୍ତାକାର
କୋରାପୁଟ
.........
.........
P2C :
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.