ଅନୁଗୋଳ : ପାଚିକା ସହାୟିକାଙ୍କୁ ମିଳିନାହିଁ 28 ମାସର ଦରମା । ଯାହାର ପ୍ରତିବାଦ କରିଛନ୍ତି ଓଡ଼ିଆ ପାଚିକା ସହାୟିକା ସଂଘ । ତୁରନ୍ତ ବକେୟା ଦରମା ପ୍ରଦାନ ଦାବିରେ ବୁଧବାର ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ପାଚିକା । କୋଭିଡ ସମୟରେ ଲୋକେ ବହୁ ଦୁର୍ଦ୍ଦିନରେ ଅଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଦୁଇ ବର୍ଷ ହେବ ଦରମା ନ ଦେବାରୁ ସେମାନେ ନାନା ହୀନସ୍ଥା ଭୋଗୁଛନ୍ତି ।
ବହୁ ସଂଖ୍ୟାରେ ପାଚିକା ଏକ ପ୍ରତିବାଦ ଶୋଭାଯାତ୍ରାରେ ଅନୁଗୋଳ ଷ୍ଟାଡିୟମ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ଏକ ଦାବି ପତ୍ର ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ଆଠ ଦଫା ଦାବି ମଧ୍ୟ ରଖି ସେମାନେ ଏହି ବିକ୍ଷୋଭ କରିଛନ୍ତି । ତାଙ୍କୁ ତାଙ୍କ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ