ETV Bharat / state

ଜାତୀୟ ରାଜପଥ ନିର୍ମାଣ ଦାବି: ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଅନଶନ

ଅନୁଗୋଳ 55ନଂ ଜାତୀୟ ରାଜପଥ ନିର୍ମାଣ ପାଇଁ ଚାଲିଥିବା ଅନଶନ ଶେଷ ହୋଇଛି । ଆସନ୍ତା ସାତ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଅନଶନ

author img

By

Published : Sep 30, 2020, 7:16 PM IST

ଅନୁଗୋଳ: ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଅନଶନ । ଆସନ୍ତା ସାତ ଦିନ ମଧ୍ୟରେ ରାଜପଥର ନିର୍ମାଣ କାମ ଆରମ୍ଭ ହେବ । ଏହାଛଡା ବାକି ଯେଉଁ ସବୁ ଦାବି ରହିଛି ସେନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଧବାର ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଅନଶନ

55ନଂ ଜାତୀୟ ରାଜପଥ ନିର୍ମାଣ ଦାବିରେ ଅନୁଗୋଳ ଜିଲ୍ଲା ନଗର କଂଗ୍ରେସ ପକ୍ଷରୁ ଅନଶନ ଚାଲିଥିଲା । ରାଜପଥ ନିର୍ମାଣ ପାଇଁ ପ୍ରତିଶ୍ରୁତି ପରେ ଆଜି ତାହା ଶେଷ ହୋଇଛି । ଅନୁଗୋଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ ବସୁଦେବ ଶତପଥି ଘଟଣାସ୍ଥଳକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସାତଦିନ ମଧ୍ୟରେ ରାଜପଥ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ଠାରୁ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ରଙ୍କ ନେତୃତ୍ବରେ ବାପୁଜି ପ୍ରଧାନ, ରଶ୍ମିରଞ୍ଜନ ସାହୁ ଓ ଫାରୁକ ଅହମଦ ଅନଶନରେ ବସିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.