ETV Bharat / state

ବାତ୍ୟା ଦାନା ପାଇଁ ବିଭିନ୍ନ ଆଶ୍ରୟସ୍ଥଳୀକୁ ଗଲା ଶୁଖିଲା ଖାଦ୍ୟ, ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ

ବାତ୍ୟା ପାଇଁ ପ୍ରସ୍ତୁତି ନେଇ ସମୀକ୍ଷା । କେନ୍ଦ୍ରାପଡ଼ା ଜିଲ୍ଲାର ୧୨ ଗୋଟି ସ୍ଥାନରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ମୁତୟନ । ଆଶ୍ରୟସ୍ଥଳୀକୁ ଗଲା ଶୁଖିଲା ଖାଦ୍ୟ ।

PREPARATION FOR CYCLONE
PREPARATION FOR CYCLONE (ETV Bharat Odisha)
author img

By ETV Bharat Odisha Team

Published : 2 hours ago

କେନ୍ଦ୍ରାପଡା: ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ବାତ୍ୟା 'ଦାନା' ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସମର୍ଥ ବର୍ମା ଆଜି କେନ୍ଦ୍ରାପଡାରେ ପହଞ୍ଚି ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ବାତ୍ୟା ପୂର୍ବରୁ ସ୍ଥାନାନ୍ତର ଓ ଥଇଥାନ ଏବଂ ବାତ୍ୟା ପରେ ରିଲିଫ ପରିଚାଳନା ନେଇ ବୈଠକରେ ବିଶେଷ ଆଲୋଚନା କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ଏଭଳି କରାଯାଇଛି ବ୍ୟବସ୍ଥା:

କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଦେଇଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ୧୨ ଗୋଟି ସ୍ଥାନରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ୫୯୬ ଆଶ୍ରୟସ୍ଥଳରେ ଆଜି ସନ୍ଧ୍ୟା ସୁଦ୍ଧା ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯାଇଛି । ଆଜି ରାତିରେ ମଧ୍ଯ ସେହିସବୁ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯିବ । ରାଜନଗର ଓ ମହାକାଳପଡା ବ୍ଲକରେ ଲୋକମାନଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ଵ ପ୍ରଶାସନ ଦେଉଛି । ଜିଲ୍ଲାରେ ୧୪୫ ଗୋଟି ସମ୍ବେଦନଶୀଳ ପଞ୍ଚାୟତ ଓ ୩୭୬ ଗୋଟି ସମ୍ବେଦନଶୀଳ ଗାଁ ରହିଛି । ସେସବୁ ଗାଁ ଉପରେ ବିଶେଷ ନଜର ରଖିଛି ପ୍ରଶାସନ । ବାତ୍ୟା ପୂର୍ବରୁ ଜିଲ୍ଲାର ୨୮୧ ଆସନ୍ନପ୍ରସବ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ପାଣି ବୋତଲ ପହଞ୍ଚାଇ ଦିଆଯାଇଥିବା ବେଳେ ପରେ ଆଉ ୧ ଲକ୍ଷ ପାଣି ବୋତଲ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ପ୍ରସାଶନ l

PREPARATION FOR CYCLONE (ETV Bharat Odisha)

ପରିସ୍ଥିତିର ମୁକାବିଲା ପାଇଁ ୪୩ଟି ଜେନେରେଟର ବ୍ୟବସ୍ଥା:

ବିଭିନ୍ନ ଅଞ୍ଚଳରେ ଥିବା ୩୫୭ ଓଭର ହେଡ୍ ଟ୍ୟାଙ୍କ ମଧ୍ୟରୁ ୩୨୦ଟି ଟାଙ୍କିରେ ପାଣି ଭର୍ତ୍ତି କରି ଦିଆଯାଇଛି । ପରିସ୍ଥିତିର ମୁକାବିଲା ପାଇଁ ୪୩ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଥିବା ୨୨୭ ସ୍ୱାସ୍ଥ୍ୟକେନ୍ଦ୍ରରେ ଭରପୁର ଔଷଧ ଓ ସାପକାମୁଡା ଇଞ୍ଜେକସନ ମଧ୍ୟ ମହଜୁଦ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୮୯୧ କୁଇଣ୍ଟାଲ ଚୁଡା ଆବଶ୍ୟକ ଥିବା ବେଳେ ୩୪୫ କୁଇଣ୍ଟାଲ ଯୋଗାଇ ଦିଆଯାଇଛି । ଗୁଡ ୧୧୦ କୁଇଣ୍ଟାଲ ଆବଶ୍ୟକ ଥିବା ବେଳେ ୩୪ କୁଇଣ୍ଟାଲ, ୯୪୦ ପ୍ୟାକେଟ୍ ବିସ୍କୁଟ ଯୋଗାଇ ଦିଆଯାଇଥିବା ବେଳେ ୨୭୫୦ ମହମବତୀ ଓ ୨୨୧୦ ଦିଆସିଲିର ଆବଶ୍ୟକତା ରହିଥିବା ବେଳେ ଏଯାବତ ଏଗୁଡ଼ିକୁ ପହଞ୍ଚା ଯାଇପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ଏହା ମଧ୍ୟ ପଢ଼ନ୍ତୁ...ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

ଏହା ମଧ୍ୟ ପଢ଼ନ୍ତୁ...ସରକାର ପ୍ରସ୍ତୁତ; ଗ୍ରାଉଣ୍ଡ ଜିରୋରେ ଅଛନ୍ତି ମନ୍ତ୍ରୀ ଓ ଅଧିକାରୀ କହିଲେ ରାଜସ୍ୱ ମନ୍ତ୍ରୀ

ଏହି ୨ ବ୍ଲକ ଉପରେ ବେଶୀ ଗୁରୁତ୍ବ:

ଏନେଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି, "୨ଟି ଜିନିଷ ଉପରେ ଆମର ଫୋକସ ରହିଛି । NDRF ଓ ODRF ଟିମ୍‌ ପହଞ୍ଚିଛନ୍ତି ନା ନାହିଁ । ୧୨ ଗୋଟି ସ୍ଥାନରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ୫୯୬ଟି ଆଶ୍ରୟସ୍ଥଳରେ ସନ୍ଧ୍ୟା ସୁଦ୍ଧା ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାତିରେ ଆବଶ୍ୟକ ସ୍ଥଳରେ ରନ୍ଧା ଖାଦ୍ୟ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜନଗର ଓ ମହାକାଳପଡାର ଲୋକମାନଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ଵ ଦିଆଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.