ETV Bharat / state

ବାତ୍ୟା ମୁକାବିଲା ପାଇଁ ସଜାଗ ନୟାଗଡ଼ ପ୍ରଶାସନ, କଳାବଜାରୀଙ୍କ ଉପରେ କଡ଼ା ନଜର

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ନୟାଗଡ଼ ଜିଲ୍ଲା ପ୍ରଶାସନ। ଏହାସହ କଳାବଜାରୀ ଉପରେ ରହିଛି କଡ଼ା ନଜର।

Preparations In Nayagarh
Preparations In Nayagarh (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ନୟାଗଡ଼: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ନୟାଗଡ଼ ଜିଲ୍ଲା ପ୍ରଶାସନ। "ଅଗ୍ନିଶମ ବାହିନୀ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ବାତ୍ୟା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଆମେ ତୟାର" ବୋଲି କହିଛନ୍ତି ନୟାଗଡ଼ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୌମ୍ୟରଞ୍ଜନ ସେଠୀ । "ବାତ୍ୟା ସମୟ ଓ ବାତ୍ୟା ପରେ ନୟାଗଡ଼ ଜିଲ୍ଲା ଜନସାଧାରଣଙ୍କ ଧନଜୀବନ କିପରି ସୁରକ୍ଷିତ ରହିବ ତାହା ଉପରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ" ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

ନୟାଗଡ଼ରେ ବାତ୍ୟା ମୁକାବିଲା ପ୍ରସ୍ତୁତି:

ନୟାଗଡ଼ ଜିଲ୍ଲାର 8ଟି ଦମକଳ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଯାଇଛି। ନୟାଗଡ଼ ହେଡକ୍ବାଟର ୨ଟି ଅଗ୍ନିଶମ ବାହିନୀ ଟିମ ମଧ୍ୟ ଆଲର୍ଟ ରହିଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାର ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରେ କିପରି କାର୍ଯ୍ୟ କରିବେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସ୍ଥିତିର ସମୀକ୍ଷା କରାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳରୁ ଜନସାଧରଣଙ୍କୁ ସ୍ଥାନାନ୍ତର କରି ନିରାପଦ ସ୍ଥାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ବିଭିନ୍ନ ବିଦ୍ୟାଳୟରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Preparations In Nayagarh (ETV Bharat Odisha)

ଆକାଶ ଛୁଆଁ ପରିବା ଦର:

ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ବାତ୍ୟା ଆଶ୍ରୟ ସ୍ଥଳ ବୁଲି ସମୀକ୍ଷା କରିଛନ୍ତି। ବାତ୍ୟା ପରେ ରାସ୍ତାଘାଟ ମରାମତି, ବିଦ୍ୟୁତ ସଂଯୋଗୀକରଣ ଏବଂ ଟେଲିଫୋନ ନେଟୱାର୍କ ଗୁଡିକର ତୁରନ୍ତ ପୁନଃଉଦ୍ଧାର କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ନୟାଗଡ଼ ଜିଲ୍ଲା ପ୍ରଶାସନ । ବାତ୍ୟା ପାଇଁ ପରିବା ବଜାରରେ ନିଆଁ । ଆକାଶ ଛୁଆଁ ପରିବା ଦର। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଯୋଗାଣ ବିଭାଗର ଚଢ଼ାଉ । ବାତ୍ୟା ଦାନାକୁ ନେଇ ପରିବା ବଜାରରେ ନିଆଁ, ଦର ଆକାଶ ଛୁଆଁ । କୃତ୍ରିମ ଦର ବୃଦ୍ଧିକୁ ରୋକିବାକୁ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Preparations In Nayagarh
Preparations In Nayagarh (ETV Bharat Odisha)

ଏହା ବି ପଢନ୍ତୁ...ବାତ୍ୟା ଡରକୁ ବଢ଼ୁଛି ପରିବା ଦର, ଦାମ ଶୁଣି ଛାନିଆ ଖାଉଟି

ଏହା ମଧ୍ୟ ପଢ଼ନ୍ତୁ...ପରିବା ବଜାରରେ ନିଆଁ ! ବାତ୍ୟା ପାଇଁ ହଠାତ୍‌ ବଢ଼ିଗଲା ଦର, ବାପରେ କି ରେଟ୍‌

ଏହା ମଧ୍ୟ ପଢ଼ନ୍ତୁ...ଦାନା ପାଣି ବୁଡ଼ାଇବ ବାତ୍ୟା 'ଦାନା' ! ଚିନ୍ତାରେ ନିଆଳି ଧାନ ଓ ପାନ ଚାଷୀ

ସୂଚନା ଅନୁସାରେ, ବ୍ୟବସାୟୀମାନେ ଆଳୁ ଦରକୁ ମନଇଚ୍ଛା ବୃଦ୍ଧି କରି ବିକ୍ରି କରୁଛନ୍ତି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ବଜାରରେ ଆଳୁ ଥାଇ ମଧ୍ୟ ଆଳୁ ନାହିଁ କହି ଲୋକଙ୍କୁ ଭ୍ରମିତ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ନୟାଗଡ଼ ଯୋଗାଣ ବିଭାଗ ପକ୍ଷରୁ ନୟାଗଡ଼ ବଜାର ଆଦି ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ା ଦରରେ ବିକୁଥିନା ଦୋକାନୀଙ୍କୁ ତାଗିଦ କରିବା ସହ ସ୍ଲେଟରେ ପରିବା ଦର ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନଇଚ୍ଛା ଦର ନ ବଢ଼ାଇବା ସହ ଜଣଙ୍କ ପିଛା 2 କେଜିରୁ ଅଧିକ ଆଳୁ ନଦେବାକୁ କୁହାଯାଇଛି । ଆଳୁ ବଜାର ଅଛି, ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.