ETV Bharat / state

ମର୍ଣ୍ଣିଂ ୱାକ ବେଳେ ଦଳିଦେଲା ହାତୀ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : Oct 22, 2021, 2:15 PM IST

ମର୍ଣ୍ଣିଂ ୱାକ୍ ଯାଇଥିବା ସମୟରେ ଦଳିଦେଲା ଦନ୍ତା । ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଅନୁଗୋଳ: ମର୍ଣ୍ଣିଂ ୱାକ୍ ଯାଇଥିବା ସମୟରେ ଦନ୍ତା ନେଇଗଲ ଜୀବନ । ଅନୁଗୋଳ ଜିଲ୍ଲ ତାଳଚେର ରେଞ୍ଜ ଏକଘରିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଏକଘରିଆ ଗାଁର ଯୋଗେଶ ଦେବତା ।

ସୂଚନା ଅନୁସାରେ ଯୋଗେଶ ସବୁଦିନ ଭଳି ଆଜି ଭୋର ସମୟରେ ମର୍ଣ୍ଣିଂ ୱାକ୍ ଯାଉଥିବା ସମୟରେ ଗାଁ ମୁଣ୍ଡ ତାଳଚେର- ପାଲ ଲହଡା ମୁଖ୍ୟରାସ୍ତାର ଏକଘରିଆ କୋଲ ୱାଶେରୀ ନିକଟରେ ହାତୀ ହାବୁଡ଼ରେ ପଡିଯିବାରୁ ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡି ଦେଇ ଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ପରିବାର ଓ ଗାଁ ଲୋକ ଆସି ରୁଣ୍ଡ ହେବା ସହ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ରାସ୍ତାରୋକ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ତାଳଚେର ପୋଲିସ, ତାଳଚେର ରେଞ୍ଜ ଦାୟିତ୍ୱରେ ଥିବା କଣିହାଁ ରେଞ୍ଜର ଓ କଣିହାଁ ତହସିଲଦାର ପହଞ୍ଚି ମୃତକ ପରିବାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ତେବେ ବନବିଭାଗର ଅବହେଳା ଓ ହାତୀର ଗତିବିଧି ବିଷୟରେ ନଜାଣି କୋଣସି ସୂଚନା ନ ଦେଇଥିବାରୁ ଯୋଗେଶଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.