ETV Bharat / state

ଥମୁନି ହାତୀ ଉପଦ୍ରବ, ଶୌଚ ପାଇଁ ଯିବାବେଳେ ଜଣଙ୍କୁ କଚାଡି ମାରିଲା ହାତୀ

author img

By

Published : Mar 1, 2023, 10:48 AM IST

ଅନୁଗୋଳ ଜିଲ୍ଲାରେ ପୁଣି ଜଣଙ୍କ ଜୀବନ ନେଲା ଦନ୍ତା । ବନ୍ତଳା ବନାଞ୍ଚଳ ସୁନାଭୂଇଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

anugul elephant attack
ହାତୀ ଆକ୍ରମଣରେ ଜଣେ ମୃତ୍ୟ
ହାତୀ ଆକ୍ରମଣରେ ଜଣେ ମୃତ୍ୟ

ଅନୁଗୋଳ: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ ମଣିଷ ଲଢେଇ । ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ । ହାତୀ ଆକ୍ରମଣରେ ଲିଭି ଯାଉଛି ଜୀବନ ଦୀପ । ଆଜି ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ଯିବାବେଳେ ଜଣଙ୍କୁ କଚାଡି ମାରିଛି ହାତୀ । ଲଗାତାର ଏକ ମାସ ମଧ୍ୟରେ ହାତୀ 7ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ନେଲାଣି ।

ମୃତକ ହେଲେ ଦିବାକର ସାହୁ । ସେ ଆଜି ଭୋର୍ ସମୟରେ ଶୌଚ ହେବାକୁ ଗାଁ ପାଖ ନାଳ ପାଖକୁ ଯାଇଥବା ବେଳେ ହଠାତ୍‌ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । କାରଣ ଉକ୍ତ ଅଞ୍ଚଳରେ ପ୍ରାୟ ଦୁଇ ମାସ ହେଲା ୫୦ରୁ ଅଧିକ ହାତୀ ଡେରା ପକାଇ ରହିଛନ୍ତି । ସେମାନଙ୍କୁ ଘଉଡାଇବାକୁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଲୋକେ କ୍ଷତିପୂରଣ ଓ ଅଞ୍ଚଳରେ ଥିବା ହାତୀ ପଲଙ୍କୁ ଘଉଡାଇକୁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ମାଛ ବିକାଳୀଙ୍କ ଉପରେ ମାଡିଗଲା ଟ୍ରକ

ହାତୀ ଲୋକଙ୍କୁ ସୁରକ୍ଷା ଦେବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ଥିବା ଜଣାପଡ଼ିଛି । ଲୋକେ ଆସନ୍ତୋଷ ଜାହିର କରୁଥିବାରୁ ଏ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନହାନ୍ତି । ବନ୍ତଳା ପୋଲିସ ଘଟଣା ଉପରେ ନଜର ରଖିଛି । ଜିଲ୍ଲାରେ ହାତୀ ଆକ୍ରମଣ ଘଟଣା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାକୁ ଲାଗିଛି ।

ଏହା ବି ପଢନ୍ତୁ...ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ଭିସୁଟ ଛାତ୍ରୀ ନିଖୋଜ

ରାଜ୍ୟରେ ହାତୀ ଆକ୍ରମଣରେ ଅନେକ ଜୀବନ ଅକାଳରେ ଚାଲି ଯାଉଛି । ଫେବୃଆରୀ 1ତାରିଖରେ ମଧ୍ୟ ବନ୍ତଳା ବନାଞ୍ଚଳର ବସଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ଗତ ଫେବୃଆରୀ 21 ତାରିଖରେ ସୁନ୍ଦରରଗଡରେ ଦୁଇଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଶୌଚ ପାଇ ଯିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଦୁଇ ଯୁବକ । ପୂର୍ବରୁ ଜିଲ୍ଲାରେ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇଛି ହାତୀ । ବିଶେଷ କରି ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜୀବନ ଯିବା ଚିନ୍ତାର କାରଣ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.