ETV Bharat / state

ଶତ ପ୍ରତିଶତ ବିଜୁଳି ଉତ୍ପାଦନ କରି ରେକର୍ଡ କଲା ଏନଟିପିସିର କଣିହାଁ ୟୁନିଟ

କେବଳ ଜୁଲାଇ ମାସରେ ପ୍ଲାଣ୍ଟ ଛଅ ଥର ୧୦୦ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର ଲକ୍ଷ ଧାର୍ଯ୍ୟ କରିବାରେ ସଫଳ ହୋଇଛି । କୋରୋନା କଟକଣା ଯୋଗୁଁ କେବଳ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ କମ୍ପାନୀ ଆସିବାକୁ ଅନୁମତି ମିଳିଥିଲା । ତେବେ ଏହା ସତ୍ବେ କମ୍ପାନୀ ପୂର୍ଣ୍ଣ ମାତ୍ରାରେ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇ ପାରିଛି ।

ଶତ ପ୍ରତିଶତ ବୁଜୁଳି ଉତ୍ପାଦନ କରି ରେକର୍ଡ କଲା ଏନଟିପିସିର କଣିହାଁ ୟୁନିଟ

author img

By

Published : Aug 6, 2020, 8:25 PM IST

ଅନୁଗୋଳ: ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସିର କଣିହାଁ ୟୁନିଟ କୋରୋନା କଟକଣା ମଧ୍ୟରେ ବି ଶତ ପ୍ରତିଶତ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇଛି । ଅସାଧାରଣ କାର୍ଯ୍ୟକ୍ଷମତା ପ୍ରଦର୍ଶନ କରି 100% ପିଏଲଏଫ ବା ପ୍ଲାଣ୍ଟ ଲୋଡ଼ ହାସଲ କରିଛି ଏହି କମ୍ପାନୀ । ଏନେଇ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ଇଟିଭି ଭାରତକୁ ସୂଚନା ଦେଇଛନ୍ତି।

ଶତ ପ୍ରତିଶତ ବୁଜୁଳି ଉତ୍ପାଦନ କରି ରେକର୍ଡ କଲା ଏନଟିପିସିର କଣିହାଁ ୟୁନିଟ

ସୂଚନା ଅନୁସାରେ କେବଳ ଜୁଲାଇ ମାସରେ ପ୍ଲାଣ୍ଟ ଛଅ ଥର ୧୦୦ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର ଲକ୍ଷ ଧାର୍ଯ୍ୟ କରିବାରେ ସଫଳ ହୋଇଛି । କୋରୋନା କଟକଣା ଯୋଗୁଁ କେବଳ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ କମ୍ପାନୀ ଆସିବାକୁ ଅନୁମତି ମିଳିଥିଲା । ତେବେ ଏହା ସତ୍ବେ କମ୍ପାନୀ ପୂର୍ଣ୍ଣ ମାତ୍ରାରେ ବିଜୁଳି ଉତ୍ପାଦନ କରିବାରେ ସଫଳ ହୋଇ ପାରିଛି । ଯାହା ଓଡ଼ିଶାର ତାପଜ ବିଜୁଳି ଉତ୍ପାଦନକାରୀ କମ୍ପାନୀ ମାନଙ୍କ ପାଇଁ ଏକ ଉଦାହରଣ ।

ତେବେ 3010 ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ କଟକଣା ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଦୈନିକ ୯୭୭.୦୭ ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ କରି ପାରିଛି । ତେବେ ଏନଟିପିସିର କଣିହାଁ ୟୁନିଟ ତାର ସାମାଜିକ ଦାୟିତ୍ବବୋଧକୁ ମଧ୍ୟ ଭୁଲି ନାହିଁ । କୋରୋନା ଭଳି ମହାମାରୀ ସ୍ଥିତିରେ ମଧ୍ୟ ନିଜ କର୍ମଚାରୀ ଓ ପାରିପାର୍ଶ୍ବିକ ଲୋକଙ୍କ ପାଇଁ ସହାୟତାର ହାତ ବଢାଇଛି। ସୁରକ୍ଷିତ ଭାବେ ନିଜ କର୍ମଚାରୀଙ୍କୁ ପ୍ଲାଣ୍ଟକୁ ନେବା ଆଣିବା ଠାରୁ ଆରମ୍ଭ କରି ସେମାନଙ୍କ ନିୟମିତ ସ୍ବାସ୍ତ୍ୟ ପରୀକ୍ଷା ମଧ୍ୟ କରୁଥିବା ଏନଟିପିସିରର ମୁଖ୍ୟ ଜେନେରାଲ ମ୍ୟାନେଜର କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.