ETV Bharat / state

ମନଜିଣିଲେ ନବଦମ୍ପତି, ବିବାହ ଭୋଜିରେ ବାଣ୍ଟିଲେ ଗଛ ଓ ଭଗବତ ଗୀତା

author img

By

Published : Jul 1, 2023, 5:05 PM IST

ବିବାବ ଭୋଜିରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ନବଦମ୍ପତି । ଅତିଥିଙ୍କୁ ବାଣ୍ଟିଲେ ଗଛ ଓ ଭଗବତ ଗୀତା । ଅଧିକ ପଢନ୍ତୁ

newlyweds gift tree and bhagavad gita to the guest

ଅନୁଗୋଳ: ପେସାରେ ଜଣେ ଚାକିରିଆ। କିନ୍ତୁ ନିଶା ତାଙ୍କର ପରିବେଶ ସୁରକ୍ଷା। ପରିବେଶ କିପରି ସୁରକ୍ଷିତ ରହିବ ସନେଇ ସଚେନ କରୁଛନ୍ତି ଅନୁଗୋଳର ନବଦମ୍ପତି। ବିବାହ ଭୋଜି ଖାଇବାକୁ ଆସିଥିବା ଅତିଥିଙ୍କୁ ଖାଦ୍ୟ ଖୁଇବା ସହ ଗଛ ଓ ଭଗବତ ଗୀତା ପ୍ରଦାନ କରିଛନ୍ତି ଦମ୍ପତି। ଅନୁଗୋଳ ବ୍ଲକ ବନ୍ତଳା ଗାଁର ବାବୁଲା ସାହୁ ତାଙ୍କ ବିବାହ ଭୋଡିରେ ଅପରି ଆୟୋଜନ କରିଥିଲେ। ପରବେଶ ସୁରକ୍ଷା କରିବା ଏବଂ ପଥଭ୍ରଷ୍ଟ ହୋଇ ପଡୁଥିବା ମନୁଷ୍ୟ ଗୀତା ପାଠ କରି ସତ ପଥରେ ଚାଲିବା ସେମାନଙ୍କ ଲକ୍ଷ୍ୟ।

ବାବୁଲା ସାହୁ ସୁଦୂର ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଜଣେ ସୁରକ୍ଷା ଅଧିକାରୀ ଭାବେ କାମ କରନ୍ତି। ଜୀବିକା ଚାକିରୀ ହେଲେ ମଧ୍ୟ ପରିବେଶ ପ୍ରତି ସେ ବହୁତ ସଚେତନ। ଏହାଛଡା ଆଜିର ଦିନରେ ଅଧିକାଂଶ ମଣିଷ ପାଠ ପଢିଥିଲେ ମଧ୍ୟ ଅଜ୍ଞାନ ଅନ୍ଧକାର ଭିତରେ ରହି ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ତେଣୁ ସମସ୍ତେ ଭଗବତ ଗୀତା ପଢିଲେ ନିଶ୍ଚିତ ଭାବେ ସତ ପଥରେ ଚାଲି ପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ସେଥିପାଇଁ ସେ ଛୋଟ ପ୍ରୟାସ କରିଛନ୍ତି।

ବାବୁଲାଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସେ ଗୋଟିଏ ଲେଖାଏଁ ଗଛ ଓ ଭଗବତ ଗୀତା ଉପହାର ଦେଇଛନ୍ତି। ସମସ୍ତଙ୍କୁ ଗଛ ଲଗାଇବା ଏବଂ ଗୀତା ପାଠ କରିବାକୁ ଅନୁରୋଧ କରିଛନ୍ତି। ପ୍ରତିଟି ଅତିଥିଙ୍କୁ ସେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। ଦିନେ ନା ଦିନେ ଏହି ଛୋଟ ପ୍ରୟାସ ବହୁତ ବଡ଼ ରୂପ ନେବ ଏବଂ ଲୋକେ ସଚେତନ ହୋଇ ପାରିବେ ବୋଲି ସେ ଆଶା ରଖିଛନ୍ତି।

କେବଳ ବିବାହ ଭୋଜିରେ ବାବୁଲା ଗଛ ଉପହାର ଦେଇଛନ୍ତି ତା ନୁହଁ ବରଂ ଛୁଟିରେ ଘରକୁ ଆସିଲେ ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରନ୍ତି ଏବଂ ବୁଲି ବୁଲି ଲୋକଙ୍କୁ ସଚେତନ କରାନ୍ତି। ଗାଁରେ ସେକେଣ୍ଡ ଲାଇଟ ୟୁଥ ଆସୋସିଏସନ ଗଠନ କରିଛନ୍ତି। ଆସୋସିଏସନରେ ଗାଁର ଶତାଧିକ ଯୁବକ ସାମିଲ ଅଛନ୍ତି। ବିବାହ ଭୋଜିରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବାବୁଲାଙ୍କ ସହ ହାତ ମିଳାଇ ଥିଲେ। ସେଠାରେ ଉପସ୍ଥିତ ଥିବା ଅତିଥି ମାନେ ମଧ୍ୟ ବାବୁଲାଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଥିଲେ। ଗଛ ଲଗାଇବା ସହ ଉପହାର ପାଇଥିବା ଗୀତା ପାଠ କରିବାକୁ କହିଥିଲେ। ଏମିତି ଅନେକ ସ୍ଥାନରେ ବିବାହ ଭୋଜି ହେଉଛି। କିନ୍ତୁ ବନ୍ତଳା ଗାଁରେ ବାବୁଲାଙ୍କ ବିବାହ ଭୋଜି ଥିଲା ନିଆରା। ଏହାକୁ କେବଳ ଗ୍ରାମବାସୀ ନୁହନ୍ତି ଅନେକ ବୁଦ୍ଧିଜୀବୀ ଓ ପରିବେଶବିତ ମଧ୍ୟ ପ୍ରଶଂସା କରିଛନ୍ତି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.