ETV Bharat / state

ଅନୁଗୋଳରେ ଉଦଘାଟିତ ହେଲା ସଦର ଥାନା

ଅନୁଗୋଳ ଜିଲ୍ଲା ଚନ୍ଦ୍ରବାହାଳଠାରେ ନୂତନ ସଦର ଥାନାକୁ ଭର୍ଚୁଆଲ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଅନୁଗୋଳରେ ଉଦଘାଟନ ହେଲା ସଦର ଥାନା
ଅନୁଗୋଳରେ ଉଦଘାଟନ ହେଲା ସଦର ଥାନା
author img

By

Published : Dec 31, 2020, 10:05 AM IST

ଅନୁଗୋଳ: ଜିଲ୍ଲାରେ ଉଦଘାଟନ ହେଲା ନୂଆ ସଦର ଥାନା । ଚନ୍ଦ୍ରବାହାଳଠାରେ ଥିବା ଏକ ଏସ୍ଥାୟୀ ଘରେ ଏହି ଥାନାର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ଜରିଆରେ ଏହାର ଉଦଘାଟନ କରିଛନ୍ତି ।

ଅନୁଗୋଳରେ ଉଦଘାଟନ ହେଲା ସଦର ଥାନା

ସୂଚନାଅନୁସାରେ,ଏହି ନୂତନ ସଦର ଥାନା ଅଧୀନରେ ୧୮ଟି ପଞ୍ଚାୟତର ୮୩ଟି ଗାଁ ରହିଛି । ଜଣେ ଥାନା ଅଧିକାରୀଙ୍କ ସମେତ ୩୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥି ପୂର୍ବରୁ ଅନୁଗୋଳ ସଦର ମହକୁମାରେ ଏକ ମାତ୍ର ଥାନା ଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ। କୌଶସି ଘଟଣାର ଅଭିଯୋଗ ପାଇଁ ବହୁତ ଦୂର ଯିବାକୁ ପଡୁଥିଲା । ନୂତନ ଥାନା ନିର୍ମାଣ ନେଇ ବହୁତ ଦିନ ହେବ ଲୋକେ ଦାବି କରିଆସୁଥିଲେ । ବୁଧବାର ଏହି ଦାବି ପୂରଣ ହୋଇଛି।

ଜିଲ୍ଲାର ଚନ୍ଦ୍ରବାହାଳଠାରେ ଅସ୍ଥାୟୀ ଗୃହରେ ଏହା କାର୍ଯ୍ୟକାରୀ କରିବ । ପରବର୍ତ୍ତୀ ସମୟରେ ନିଜସ୍ୱ ଗୃହ ନିର୍ମାଣ କରାଯିବ। ଏହି ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ଉଦଘାଟନ କରିଥିବାବେଳେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ,ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ଜିଲ୍ଲା ଏସପି ଜଗମୋହନ ମିନା ଉପସ୍ଥିତ ରହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.