ETV Bharat / state

ଆବର୍ଜନା ମୁକ୍ତ ପାଇଁ ନୂଆ ଯୋଜନା, ଅଳିଆ ଗାଡିରେ ଲାଗିଛି GPS

author img

By

Published : Jun 28, 2021, 11:43 AM IST

ଆବର୍ଜନା ମୁକ୍ତ ହେବ ଅନୁଗୋଳ ସହର। ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛି ପୌର ପାଳିକା। ଅଧିକ ପଢନ୍ତୁ...

New plan for garbage disposal; garbage collection from house to house in anugul
ଆବର୍ଜନା ମୁକ୍ତ ପାଇଁ ନୂଆ ଯୋଜନା ;ଘରୁକୁ ଘର ଯାଇ କରାଯିବ ଅଳିଆ ସଂଗ୍ରହ

ଅନୁଗୋଳ: ସ୍ବଚ୍ଛ ଓ ଆବର୍ଜନା ମୁକ୍ତ ହେବ ସହର। ଏଥିପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛି ଅନୁଗୋଳ ପୌର ପାଳିକା। ପୌରାଞ୍ଚଳରେ ଥିବା ୨୩ଟି ଓ୍ବାର୍ଡ ସମେତ ପୁରା ସହରାଞ୍ଚଳର ଅଳିଆକୁ ନେଇ ଯେଉଁ ସମସ୍ୟା ଉପୁଜୁଥିଲା ତାର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷ ଏକ ଯୋଜନା କାର୍ଯ୍ୟ କାରୀ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ନୂଆ ଗାଡି କିଣା ଯାଇଛି।

ଯେଉଁ ଗାଡି ପ୍ରତି ଓ୍ବାର୍ଡର ଘର ଘର ଯାଇ ଅଳିଆ ସଂଗ୍ରହ କରିବ। ଯାହାର ପରିଚାଳନା ପାଇଁ ଗାଡି ପିଛା ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟେକ ଗାଡ଼ିରେ ଜିପିଏସ ସିଷ୍ଟମ ଲାଗିଛି। ତେଣୁ କାର୍ଯ୍ୟାଳୟରେ ବସି ଦାୟିତ୍ବରେ ଥିବା ଅଧିକାରୀ ଗାଡି ଗୁଡିକର ଗତିବିଧି ଜାଣି ପାରିବେ। ଏହା ଦ୍ବାରା ବାହାରେ ଆଉ କୌଣସି ସ୍ଥାନରେ ଅଳିଆ ଗଦା ହୋଇ ରହିବା ଦେଖିବାକୁ ମିଳିବ ନାହିଁ। ଏହାକୁ ସହରବାସୀ ବେଶ ସ୍ବାଗତ କରିଛନ୍ତି।

ବ୍ୟବସ୍ଥାପିତ ଢଙ୍ଗରେ ଅଳିଆ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ସମସ୍ତ ଓ୍ବାର୍ଡକୁ ୧୬ଟି ସେକ୍ଟରରେ ବିଭକ୍ତ କରାଯିବା ସହ ସେକ୍ଟର ସମସ୍ତକୁ ୪ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ୧୦ଟି ଯାକ ଅଳିଆ ସଂଗ୍ରହ ଗାଡି କିଏ କେଉଁ କ୍ଲଷ୍ଟର ଓ ସେକ୍ଟରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ । ସେଥିପାଇଁ ମଧ୍ୟ ସଠିକ ଭାବେ କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଇଛି । ତେଣୁ ସକାଳ ହେଲେ ପ୍ରତ୍ୟକ ଘରୁ ଯେମିତି ଅଳିଆ ସଂଗ୍ରହ ହୋଇ ପାରିବ । ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।

ଏହାଛଡା ସଂଗୃହିତ ଅଳିଆ ସହର ମଧ୍ୟରେ ଥିବା ନିର୍ଦ୍ଧାରିତ ମାଇକ୍ରୋ କମୋଷ୍ଟ ସେଣ୍ଟରକୁ ନିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେମିତି ସଂଗୃହିତ ଅଳିଆକୁ କୌଣସି ଖୋଲା ଜାଗାରେ ନ ପକାଯିବ ସେଥିପାଇଁ କଡା ପଦକ୍ଷେପ ନିଆଯାଇଛି। ଯୋଜନା ସମ୍ପର୍କରେ ଲୋକଙ୍କୁ କିଭଳି ଅବଗତ କରାଯିବ । ସେଥିପାଇଁ ମଧ୍ୟ ବ୍ୟାପକ ପ୍ରଚାର କରାଯିବ। ଏହି ଯୋଜନାରେ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.