ETV Bharat / state

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: 'ଘଡି କେ ଘୋଡା ଛୁଟୁଛି' - natioanl level natak mahatsav

ଅନୁଗୋଳ ସଭାଘର ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ଅନ୍ୟାୟକୁ ବରଦାସ୍ତ କରୁ ନଥିବା ଜଣେ ଗାନ୍ଧୀବାଦି ମଣିଷ ଚିନ୍ତାଧାରା ଉପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ଘଡି କେ ଘୋଡା ଛୁଟୁଛି' ।

natak mahatsav
ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ
author img

By

Published : Mar 9, 2020, 2:35 PM IST

ଅନୁଗୋଳ: ଅହିଂସା ସତ୍ୟ ଓ ଧର୍ମକୁ ନେଇ ବଞ୍ଚିବାର ତାଡନା କେତେ ଯେ ଯନ୍ତ୍ରଣାଦାୟକ ? ବର୍ତ୍ତମାନର ସମାଜ ସହ ତାଳ ମିଶାଇ ଚାଲିବା କଷ୍ଟକର ତଥାପି ନୀତି ଓ ଆଦର୍ଶର ମଣିଷ କେବେବି ଛାଡିପାରିନି ଗାନ୍ଧୀଜୀଙ୍କ ସେହି ବାର୍ତ୍ତା । ଏହିଭଳି ସମାଜ ସୁଧାରକ ବାର୍ତ୍ତା ଦେଖିବାକୁ ମିଳିଥିଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ । ଅନ୍ୟାୟକୁ ବରଦାସ୍ତ କରୁ ନ ଥିବା ଜଣେ ଗାନ୍ଧୀବାଦି ମଣିଷ ଚିନ୍ତାଧାରା ଉପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ଘଡି କେ ଘୋଡା ଛୁଟୁଛି' ।

ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ଅନୁଗୋଳ ସଭାଘର ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ମହୋତ୍ସବର ପ୍ରଥମ ସନ୍ଧ୍ୟା ଥିଲା ସମ୍ପୂର୍ଣ୍ଣ ଅଲଗା । ଅହିଂସା ସତ୍ୟ ଓ ଧର୍ମକୁ ନେଇ ବଞ୍ଚିଥିବା ମଣିଷ କିଭଳି ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ନିଜର ଗାନ୍ଧୀବାଦୀ ନୀତି ଆଦର୍ଶକୁ ଛାଡି ନାହିଁ ତାକୁ ନେଇ ମଞ୍ଚସ୍ତ ହୋଇଥିଲା ନାଟକ ।

ନାଟକରେ ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ । ଜଣେ ସଚ୍ଚୋଟ ଓକିଲ ଅପରାଧୀଙ୍କ ପାଇଁ କେସ ଲଢେ ତେବେ, ସମାଜରୁ ଦିନେ ଅପରାଧ ଲୋପ ହେବ ଏବଂ ନିର୍ଭୟା ଭଳି ନାରକୀୟ ଘଟଣା ଅପରାଧି ଫାଶୀ ପାଇବେ ଏଭଳି ବାର୍ତ୍ତା ଦେଇଥିଲା ନାଟକ ।

ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ଅନେକ ଖ୍ୟାତନାମା ନାଟ୍ୟ ସଂସ୍ଥା ଏଠାରେ ନାଟକ ପରିବେଷଣ କରିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.