ETV Bharat / state

MCL ରେଳପଥକୁ ନତଡାବାସୀଙ୍କ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

author img

By

Published : May 28, 2022, 8:04 AM IST

ଅନୁଗୋଳ ନତଡା ଗାଁ ମଧ୍ୟ ଦେଇ ଯାଉଥିବା ଏମସିଏଲ ରେଳପଥ ଏବେ ଗ୍ରାମବାସଙ୍କୁ ପ୍ରମୁଖ ସମସ୍ୟାର କାରଣ ପାଲଟିଛି । ଏହି ରେଳପଥ ଯୋଗୁଁ ଚାଷକାର୍ଯ୍ୟରେ ବାଧା ଉପୁଜିବା ସହ ନାନା ସମସ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

MCL ରେଳପଥକୁ ନତଡାବାସୀଙ୍କ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ
MCL ରେଳପଥକୁ ନତଡାବାସୀଙ୍କ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ଅନୁଗୋଳ: ରେଳପଥକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ନତଡା ଗ୍ରାମବାସୀ । ଏମସିଏଲ ରେଳପଥ ଯୋଗୁଁ ଶହ ଶହ ଏକର ଚାଷ ଜମି ଚାଷ ଅନୁପଯୋଗୀ ହୋଇ ପଡିବ। ଗାଁର ଖୁବ ନିକଟରେ କୋଇଲା ଲୋଡିଙ୍ଗ ବ୍ୟବସ୍ଥା ଫଳରେ କଳା ଗୁଣ୍ଡ ଉଡି ପ୍ରଦୂଷଣ ବଢିବ । ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା କୃଷି ଉଜୁଡି ଯିବା ସହ ପ୍ରଦୂଷଣର ବଳୟରେ ଜୀବନ ଯିବ । ଏଭଳି ଅଭିଯୋଗ ଆଣି ଏହି ଯୋଜନାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ଗାଁ ମଧ୍ୟ ଦେଇ ଯାଉଥିବା ରେଳପଥ ଏବେ ଗ୍ରାମବାସୀଙ୍କ ପାଇଁ ପ୍ରମୁଖ ଅସୁବିଧାର କାରଣ ପାଲଟିଛି । ଯାହାକୁ ନେଇ ବଢୁଛି ଅସନ୍ତୋଷ । ଅନୁଗୋଳ ରେଳ ଷ୍ଟେସନରୁ ବଳରାମ କୋଇଲା ଖଣି ପର୍ଯ୍ୟନ୍ତ ଲମ୍ବୁଥିବା ୧୦ କିଲୋମିଟର ରେଳପଥ ଏବେ ନତଡା ଗ୍ରାମବାସୀଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ରେଳପଥଟି ଗାଁର ହଜାର ହଜାର ଏକର ଚାଷ ଜମିର ମଝିରେ ଯାଇଥିବାରୁ ଜଳ ନିଷ୍କାସନ ଓ ସେଚନ ସଠିକ ଭାବେ ହୋଇପାରିବ ନାହିଁ । ଏହା ବ୍ୟତୀତ ଚାଷୀମାନେ ଆଉ ସେମାନଙ୍କ ଜମିକୁ ହଳ ଓ ଅନ୍ୟାନ୍ୟ ଚାଷ ଉପକରଣ ନେଇ ଯାଇପାରିବେ ନାହିଁ ।

ଅନ୍ୟପଟେ ଗାଁକୁ ଲାଗି ରେଲୱେର କୋଇଲା ଲୋଡିଙ୍ଗ ପଏଣ୍ଟ କରାଯାଉଥିବାରୁ କଲାଗୁଣ୍ଡ ଉଡି ଗାଁର ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷିତ କରିବାର ସମ୍ଭାବନା ରହିଛି । ଯାହାକୁ ନେଇ ଲୋକେ ପୁରା ଗାଁକୁ ବିସ୍ଥାପିତ କରିବାକୁ ଦାବି ହୋଇଛି । କେବଳ ଏହି ଗୋଟିଏ ରେଳପଥ ନୁହେଁ ଆଗକୁ ସେହି ଗାଁ ଦେଇ ଆହୁରି ଅନେକ ରେଳପଥ ନିର୍ମାଣ ହେବାର ଯୋଜନା ରହିଛି । ତେଣୁ ଏଭଳି ହେଲେ ବିଭିନ୍ନ ସ୍ଥାନରେ ରେଳ ଫାଟକ ହେବ । ଏଣୁ ଏକାଧିକ ଫାଟକ ହେବା ଫଳରେ ଜରୁରୀ କାମରେ ଯିବା ଏବଂ ଗୁରୁତର ରୋଗୀଙ୍କୁ ତୁରନ୍ତ ନେବା ଆଣିବା ସମୟ ଲାଗିବ ।

ଗତ କିଛିଦିନ ତଳେ ଗାଁ ଲୋକେ ନିର୍ମାଣ ସ୍ଥାନରେ ଆନ୍ଦୋଳନ କରି କାମ ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏନେଇ ଅନୁଗୋଳ ଉପଜିଲ୍ଲାପାଳଙ୍କ କହିବା କଥା ଲୋକଙ୍କ ଦାବି ସମ୍ପର୍କରେ ଖୁବଶୀଘ୍ର ଏମସିଏଲ କର୍ତ୍ତୃପକ୍ଷ, ରେଳ ବିଭାଗ ଏବଂ ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା କରାଯାଇ କିଭଳି କ୍ଷତିଗ୍ରସ୍ତ ମାନେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ନତଡା ଗ୍ରାମବାସୀ ରେଳପଥ ଏବଂ କୋଇଲା ଖଣି ପାଇଁ ଜମି ଦେବାକୁ ଅରାଜି ନୁହଁନ୍ତି । କିନ୍ତୁ ଏମସିଏଲ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ପଦକ୍ଷେପ ନେଉ ନଚେତ ଏଠାରୁ ବିସ୍ଥାପିତ କରୁ ବୋଲି ଦାବି କରିଛନ୍ତି । ଏଭଳି ନକଲେ ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟ ହୋଇ ହିଂସାତ୍ମକ ପଦକ୍ଷେପ ନେବେ ଏବଂ କାମ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,ଅନୁଗୋଳ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.