ETV Bharat / state

5 ଦଫା ଦାବି ନେଇ NALCO ଶ୍ରମିକଙ୍କ ଧାରଣା - ଅନୁଗୋଳ ନାଲକୋରେ ବିବାଦ

ଯେଉଁସବୁ ସୁବିଧା ସୁଯୋଗ ଯୋଗାଇ ଦେବାକଥା ନାଲକୋ ତାହା ଦେଉନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ । ଅଧିକ ପଢନ୍ତୁ

Strike In Angul: 5 ଦଫା ଦାବି ନେଇ NALCO ଶ୍ରମିକଙ୍କ ଧାରଣା

author img

By

Published : Dec 28, 2021, 4:46 PM IST

ଅନୁଗୋଳ: ନାଲକୋରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନାଲକୋ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ । ନିୟମ ଅନୁଯାୟୀ ଯେଉଁସବୁ ସୁବିଧା ସୁଯୋଗ ଯୋଗାଇ ଦେବାକଥା ନାଲକୋ ତାହା ଦେଉନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ ।

Strike In Angul: 5 ଦଫା ଦାବି ନେଇ NALCO ଶ୍ରମିକଙ୍କ ଧାରଣା

ଆଜି(ମଙ୍ଗଳବାର) ବିଭିନ୍ନ ଦାବି ନେଇ ରାଷ୍ଟ୍ରାୟତଃ ଉଦ୍ୟୋଗ ନାଲକୋରେ କାର୍ଯ୍ୟରତ ଠିକା ମଜଦୁର ସଂଘ ତରଫରୁ ୫ ଦଫା ଦାବି ଦେଇ ସ୍ମେଲଟର ଗେଟ ସମ୍ମୁଖରେରେ ଧାରଣା ଦିଆଯାଇଛି । କ୍ୟାଣ୍ଟିନ ବାବଦକୁ ଦିଆ ଯାଉଥିବା ଟଙ୍କା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହିତ ରାଶି 60 ବର୍ଷ ପରେ ଲାଗୁ, ଶ୍ରମିକଙ୍କ ପଦୋନ୍ନତି କରାଯାଇ ସଠିକ ସ୍ଥାନରେ ନିଯୁକ୍ତି ଏବଂ ନାଲକୋରେ ଶ୍ରମିକମାନେ ବିଭିନ୍ନ ପ୍ରକାର ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସେହି କାର୍ଯ୍ୟ ପାଇଁ ଭତ୍ତାର ବ୍ୟବସ୍ଥା କରିବା ଆଦି ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଠିକା କର୍ମଚାରୀ ।

ସେହିପରି ପୁନଃ ଥଇଥାନର ବ୍ୟବସ୍ଥା କରାଯାଇ ଯେଉଁମାନେ ନାଲକୋରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି, ଅବସର ପରେ ସେହି ପରିବାରର ଜଣକୁ ସେହି ସ୍ଥାନରେ ନିଯୁକ୍ତି ଆଦି ଦାବି ନେଇ ଧାରଣା ଦିଆଯାଇଛି । ସଙ୍ଘର କହିବା ଅନୁଯାୟୀ, ଏହି ଦାବିଗୁଡିକୁ ଦୀର୍ଘ 2 ବର୍ଷ ହେବ ଲିଖିତ ଭାବରେ ଉପସ୍ଥାପନ କରିଥିଲେ ମଧ୍ୟ ନାଲକୋ ଏହାକୁ କର୍ଣ୍ଣପାତ କରୁ ନଥିବାରୁ ଆଜି ଠାରୁ ଦୁଇ ଦିନିଆ ଧାରଣା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.